ନୂଆଦିଲ୍ଲୀ: ମିଜୋରାମକୁ ରେଳପଥର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଜୋରାମର ଆଇଜଲରେ ୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ମିଜୋରାମକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରୁଥିବା ବୈରାବି-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଛନ୍ତି ଯେ ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ ମୁଁ ଆପଣଙ୍କ ମଧ୍ୟରେ ଆଇଜୋଲ ଆସିପାରିଲି ନାହିଁ, କିନ୍ତୁ ଏହି ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରୁଛି।"

ଅଧିକାରୀମାନେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ଲେଙ୍ଗପୁଇ ବିମାନବନ୍ଦରରୁ ଆଇଜୋଲର ଲାମୁଆଲ ଗ୍ରାଉଣ୍ଡରେ ପହଞ୍ଚିପାରିନଥିଲେ। ଏହି କାରଣରୁ, ସେ ବିମାନବନ୍ଦରରୁ ହିଁ ରେଳ ଲାଇନର ଉଦଘାଟନ କରିଥିଲେ। ମିଜୋରାମ ପରେ, ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଗସ୍ତ କରିବେ। ଏଠାରେ ସେ ୮୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।