ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସେବାର ମୂଲ୍ୟ ଘୋଷଣା କଲା କମ୍ପାନି, ମାସକୁ ଦେବାକୁ ପଡ଼ିବ...

NEWS7
piyush-goyal-on-trade-deal-with-america

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସର୍ଭିସ ଷ୍ଟାରଲିଙ୍କ୍ର ମୂଲ୍ୟ ଘୋଷଣା କରିଛି। କମ୍ପାନି ସୋମବାର ଏହାର ପ୍ରଥମ ପ୍ଲାନର ମୂଲ୍ୟ ଘୋଷଣା କରିଛି। ଏହା ହେଉଛି ରେସିଡେନ୍ସିଆଲ ପ୍ଲାନ। ଏହି ରେସିଡେନ୍ସିଆଲ ପ୍ଲାନ ପାଇଁ ୟୁଜର୍ସଙ୍କୁ ମାସିକ ୮, ୬୦୦ ଟଙ୍କା ଦେବାକୁ ହେବ। ସେହିଭଳି ହାର୍ଡଓ୍ବେର ଭାବରେ ସାଟେଲାଇଟ ଡିସ୍ କିଟ୍ ନେବାକୁ ହେବ। ଯାହାର ଦାମ୍ ୩୪ ହଜାର ଟଙ୍କା ରହିବ।

କମ୍ପାନିର କହିବା ଅନୁସାରେ, ୟୁଜର୍ସଙ୍କୁ ୩୦ ଦିନର ଟ୍ରାଏଲ ସୁବିଧା ଦିଆଯିବ। ଯଦି ଗ୍ରାହକଙ୍କୁ ଷ୍ଟାରଲିଙ୍କର ସେବା ପସନ୍ଦ ଆସୁନାହିଁ, ତେବେ ସେମାନେ ପୂରା ଟଙ୍କା ଫେରସ୍ତ ନେଇପାରିବେ। ୨୦୨୬ ଜାନୁଆରୀରୁ ସେବା ଆରମ୍ଭ ହେବ। ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଆରମ୍ଭ ହେବା ଦ୍ବାରା ଅନଲିମିଟେଡ ଡାଟା ସହ ୯୯.୯% ଅପ୍ଟାଇମ ମିଳିବ। ଯାହା ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଗେମ୍ ଚେଞ୍ଜର ହୋଇପାରେ।

ରିପୋର୍ଟ ଅନୁସାରେ, କମ୍ପାନି ବର୍ତ୍ତମାନ ଜାରି କରିଥିବା ପ୍ଲାନରେ ଗ୍ରାହକଙ୍କୁ ୮, ୬୦୦ ଟଙ୍କାରେ ୧ ମାସର ବୈଧତା ସହ ୪୦ରୁ ୨୨୦+ Mbpsର ଡାଉନଲୋଡ ସ୍ପିଡ ଏବଂ ୮ରୁ ୨୫+ Mbpsର ଅପଲୋଡ ସ୍ପିଡ ମିଳିବ।

ସୂଚନାଥାଉକି, ସାଟେଲାଇଟ ନେଟଓ୍ବର୍କରେ ୟୁଜର୍ସଙ୍କୁ ହାଇ ସ୍ପିଡ, ଲୋ-ଲେଟେନ୍ସୀ ଇଣ୍ଟରନେଟ କଭରେଜ ମିଳିବ। ଏହା ଦ୍ବାରା ଇଣ୍ଟରନେଟର ବେଗ ବହୁ ଗୁଣ ବଢ଼ିଯିବ। ଷ୍ଟାରଲିଙ୍କ୍ କିଟ୍ରେ ଷ୍ଟାରଲିଙ୍କ୍ ଡିସ୍, ଗୋଟିଏ ଓ୍ବାଇ-ଫାଇ ରାଉଟର, ପାଓ୍ବାର ସପ୍ଲାଏ କେବୁଲ ଏବଂ ମାଉଣ୍ଟିଂ ଟ୍ରାଇପଡ ରହିଥାଏ।