ନୂଆଦିଲ୍ଲୀ – ଆଜିକାଲି ବଢୁଥିବା ଏୟାର ପଲ୍ୟୁସନ ଆମର ହେଲଥ୍‌ ପାଇଁ ଚିନ୍ତାର ବଡ଼ ବିଷୟ ପାଲଟିଛି। ବାୟୁର କ୍ୱାଲିଟି ବହୁତ ଜୋରରେ ବିଗିଡ଼ିବାରେ ଲାଗିଛି ଏବଂ ଏହାର ସବୁଠୁ ଅଧିକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ୁଛି। ତାଙ୍କର ଲଙ୍ଗସ୍‌ ଓ ଇମ୍ୟୁନ ସିଷ୍ଟମ ଏବେ ସଂପୂର୍ଣ୍ଣ ରୂପେ ଡେଭଲପ୍‌ ହୋଇ ନଥାଏ, ଏଥିପାଇଁ ସେ ପ୍ରଦୂଷଣର ଅଧିକ ଆଫେକ୍ଟେଡ୍‌ ହୋଇଥାନ୍ତି। ଡାକ୍ତର ଅର୍ପିତ ଗୁପ୍ତା କୁହନ୍ତି ଯେ,ଯଦି ପ୍ୟାରେଣ୍ଟସ କିଛି ସହଜ ପଦକ୍ଷେପ ନଆପଣନ୍ତି ତ ପିଲାଙ୍କୁ ଏୟାର ପଲ୍ୟୁସନର ବିପଦ ବୃଦ୍ଧିରୁ ରକ୍ଷାକରି ପାରିବା। ଆସନ୍ତୁ ଏବିଷୟରେ ଜାଣିବା –

ସକାଳ ଓ ସନ୍ଧ୍ୟାରେ ଝରକା ବନ୍ଦ ରଖନ୍ତୁ-

ଡା. ଅର୍ପିତ ଗୁପ୍ତାଙ୍କ ଅନୁସାରେ , ସକାଳ ଓ ସନ୍ଧ୍ୟା ସମୟରେ ବାୟୁରେ ପଲ୍ୟୁସନର ସ୍ତର ବହୁତ ଅଧିକ ହୋଇଥାଏ। ଏଥିପାଇଁ ଏମିତି ସମୟରେ ବାହାରର ବାୟୁକୁ ଘର ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ। ଏହି ସମୟରେ ଘରର ଝରକା ବନ୍ଦ ରଖିବା ଭଲ ହେବ , ଯାହାକି ପିଲା ବିଷାକ୍ତ ବାୟୁ ଠାର ଦୂରେଇ ରହିବେ। ଦିନର ଯେବେ ବାୟୁ କିଛି ମାତ୍ରାରେ ସଫା ରହିଥାଏ, ସେତେବେଳେ ଝରକା ଖୋଲି ଘରେ ତାଜା ବାୟୁ ଆସିବାକୁ ଦିଅନ୍ତୁ। ଏହି ଛୋଟିଆ ପଦକ୍ଷେପ ପିଲାର ନିଶ୍ୱାସର ସମସ୍ୟା ଓ ଆଲର୍ଜିକୁ ଖୁବ୍‌ କମ୍ କରିପାରେ।

ରୁ୍ମ୍‌ରେ ଏୟାର ପ୍ୟୁରିଫାୟର ଲଗାନ୍ତୁ –

ଯଦି ସମ୍ଭବ ହୁଏ ତ ଯେଉଁ ରୁମ୍‌ରେ ପିଲା ଅଧିକ ସମୟ ବିତାନ୍ତି , ସେଠାରେ ଏୟାର ପ୍ୟୁରିଫାୟର ଲଗାନ୍ତୁ। ଡା.ଅର୍ପିତ କୁହନ୍ତି କି ଏଥିରେ ବାୟୁରେ ଥିଲା ଧୂଳି , ଧୂଆଁ ଓ ହାନିକାରକ କଣିକା କିଛି ମାତ୍ରାରେ ହ୍ରାସ ପାଇଯାଏ। ଏୟାର ପ୍ୟୁରିଫାୟର ପିଲାଙ୍କୁ ସଫା ଓ ସୁରକ୍ଷିତ ବାୟୁରେ ନିଃଶ୍ୱାସ ନେବାରେ ସାହାଯ୍ୟ କରିଥାଏ।

ଆଉଟ୍‌ଡୋର ଗେମ୍‌ରୁ ଦୂରେଇ​​​​​​​ ରଖନ୍ତୁ – ଯେବେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଅଧିକ ଖରାପ ହୁଏ , ତ ପିଲାଙ୍କୁ ଆଉଟଡୋର ଗେମ୍ସ ଖେଳିବାରୁ ଦୂରେଇବା ଉଚିତ୍‌। ଡାକ୍ତର ପରାମର୍ଶ ଦିଅନ୍ତି ଯେ, ଏମିତି ଦିନରେ ପିଲାଙ୍କୁ ଘର ଭିତରେ ଖେଳିବା ପାଇଁ ମୋଟିଭେଟ୍‌ କରନ୍ତୁ। ଆପଣ ସେମାନଙ୍କୁ ପଜଲ, ବୋର୍ଡ ଗେମ୍ସ କିମ୍ୱା ଡ୍ରଇଂ ଭଳି ଇନଡୋର ଆକ୍ଟିଭିଟିରେ ସାମିଲ କରି ପାରିବେ।

ପିଲାଙ୍କୁ ଖୁବ୍‌ ପାଣି ପିଆନ୍ତୁ –

ଡା. ଅର୍ପିତ କୁହନ୍ତି ଯେ, ଯେବେ ବାୟୁରେ ପଲ୍ୟୁସନ ବଢିଯାଏ , ତ ଶରୀରରେ ଟକ୍ସିନ ଜମା ହେବାକୁ ଲାଗେ। ଏହିକ୍ରମରେ ପିଲାଙ୍କୁ ସାରାଦିନ ଖୁବ୍‌ ପାଣି ପିଆଇବା ଉଚିତ୍‌।ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଶରୀରରେ ଟକ୍ସିକ୍‌ ଏଜେଣ୍ଟକୁ ବାହାରକୁ କାଢି ଦିଏ ଏବଂ ଲଙ୍ଗସକୁ ସୁସ୍ଥ ରଖେ। ଆପଣ ପିଲାଙ୍କୁ ନଡିଆ ପାଣି କିମ୍ୱା ସୁପ୍‌ ଭଳି ସୁସ୍ଥ ଡ୍ରିଙ୍କସ ମଧ୍ୟ ଦେଇ ପାରିବେ , ଯାହାକି ଶରୀର ହାଇଡ୍ରେଟେଡ୍ ହୋଇ ରହିବ।

ଭିଟାମିନ –ସି’ର ଫୁଡ୍ସ ଦିଅନ୍ତୁ-

ଡାକ୍ତରଙ୍କର କହିବା କଥା ଯେ, ଭିଟାମିନ-ସି ଇମ୍ୟୁନ ସିଷ୍ଟମକୁ ଦୃଢ କରିଥାଏ ଏବଂ ଶରୀରକୁ ପ୍ରଦୂଷଣ ସହ ଲଢିବାର ଶକ୍ତି ଦେଇଥାଏ। ପିଲାଙ୍କୁ ପ୍ରତିଦିନ ଅଁଳା ,ସନ୍ତରା , ଟମାଟର ଓ ଲେମ୍ୱୁ  ଭଳି ଫଳକୁ ଖାଇବାକୁ ଦିଅନ୍ତୁ । ଏହି ଫୁଡ୍ସ ପିଲାଙ୍କ ଲଙ୍ଗ୍ସକୁ ସୁସ୍ଥ ରଖିଥାଏ ଏବଂ ପଲ୍ୟୁସନରେ ହେବାକୁ ଥିବା କାଶ କିମ୍ୱା ଗଳା ସମସ୍ୟାକୁ ହ୍ରାସ କରିଥାଏ। ଏହି ଜିନିଷକୁ ଆପଣ ପିଲାଙ୍କ ଲଞ୍ଚ କିମ୍ୱା ସ୍ନାକ୍ସରେ ସାମିଲ କରି ପାରିବେ।

ବାହାରକୁ ଯିବା ସମୟରେ ଏନ୍-୯୫ ମାସ୍କ ନିଶ୍ଚୟ ପିନ୍ଧନ୍ତୁ –

ଯଦି ପିଲାକୁ କୌଣସି ଜରୁରୀ କାମରେ ବାହାରକୁ ଯିବାକୁ ପଡେ , ତ ତାକୁ ବିନା ମାସ୍କରେ କେବେ ଯିବାକୁ ଦିଅନ୍ତୁ ନାହିଁ। ଡାକ୍ତର ପରାମର୍ଶ ଦିଅନ୍ତୁ ଯେ, ପିଲାଙ୍କୁ ସର୍ବଦା ଏନ-୯୫ ମାସ୍କ ପିନ୍ଧାଇ ହିଁ ବାହାରକୁ ଯିବାକୁ ଦିଅନ୍ତୁ। ଏହି ମାସ୍କ ବାୟୁରେ ଥିବା ହାନିକାରକ କଣିକାକୁ ରୋକିଥାଏ ଏବଂ ପିଲାର ଲଙ୍ଗସର ସୁରକ୍ଷା କରିଥାଏ। ଏହି କଥାକୁ ଧ୍ୟାନ ରଖନ୍ତୁ ଯେ, ମାସ୍କ ସଠିକ୍‌ ଭାବେ ଫିଟ୍‌ ହେବା ଉଚିତ୍‌ ,ଯାହାକି ପିଲାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ନହେଉ ଏବଂ ସୁରକ୍ଷା ମଧ୍ୟ ବଜାୟ ରହିବ।