LIVE TV

କଂଗ୍ରେସ ଭଲ ସ୍ଥିତିରେ ଅଛି, ନୂଆପଡ଼ା ଉପନିର୍ବାଚନରେ ଦଳ ବିଜୟୀ ହେବ- ପିସିସି ସଭାପତି

NEWS7
pcc

ଭୁବନେଶ୍ୱର ୧୨।୧୦ : ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ାରେ କଂଗ୍ରେସ ବହୁତ ଭଲ ସ୍ଥିତିରେ ରହିଛି। ବିଜେପି ଓ ବିଜେଡି କର୍ମୀଙ୍କ ଭୋଟ ହିଁ ବିଜେପିକୁ ହରାଇବ । ବିଜେଡିର ସମସ୍ତ ଭୋଟ କଂଗ୍ରେସ ଖାତାକୁ ଆସିବ । ଏହି ଉପନିର୍ବାଚନରେ ଆମ ଦିନ ବିଜୟୀ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପନିର୍ବାଚନରେ ଅନ୍ୟ ଦଳ ସବୁ ହାର ମାନିସାରିଲେଣି । ନୂଆପଡ଼ାରେ ତ୍ରିମୁଖୀ ଫାଇଟ ହେବନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଜୟ ଢୋଲକିଆଙ୍କ ପାଇଁ ଲୋକଙ୍କ ମନରେ ନିଶ୍ଚୟ ସିମ୍ପାତି ଥିଲା । କିନ୍ତୁ ବିଜେଡି ଛାଡ଼ିକି ଜୟ ଢୋଲକିଆ ନିନ୍ଦିତ ହୋଇଛନ୍ତି । ଏବେ ସେହି ସିମ୍ପାତି ଜୟଙ୍କୁ ମିଳିବ ନାହିଁ । ଆସନ୍ତା ୧୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । ସବୁ ପ୍ରମୁଖ ନେତା ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହେବେ । ସେହି ଦିନ ଏକ ବିଶାଳ କାର୍ଯ୍ୟକ୍ରମ କରାଯିବ । ​​​​