PayUକୁ ମିଳିଲା ‘ପେମେଣ୍ଟ ଆଗ୍ରୀଗେଟର’ ମଞ୍ଜୁରୀ, ଏବେ ଥାର୍ଡ ପାର୍ଟୀ ଭାବରେ ଯୋଗାଇପାରିବ ସେବା

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: ପେମେଣ୍ଟ ସର୍ଭିସ ପ୍ରୋଭାଇଡର PayUକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI) ଠାରୁ ପେମେଣ୍ଟ ଆଗ୍ରୀଗେଟର ଭାବରେ କାମ କରିବା ପାଇଁ ଅନୁମତି ମିଳିଛି। ବୁଧବାର ଏନେଇ କମ୍ପାନି ସୂଚନା ଦେଇଛି। ପେମେଣ୍ଟ ଆଗ୍ରୀଗେଟର ଏକ ଥାର୍ଡ ପାର୍ଟୀ ସେବା ପ୍ରଦାନ କରିଥାଏ। ଯାହା ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ପେମେଣ୍ଟ ପାଇଁ ଗୋଟିଏ ମଞ୍ଚକୁ ଆଣିଥାଏ। ଏହା ଗ୍ରାହକଙ୍କୁ ଅନଲାଇନ୍ ପେମେଣ୍ଟ କରିବା ଏବଂ ବ୍ୟବସାୟୀଙ୍କୁ ପେମେଣ୍ଟ ସ୍ବୀକାର କରିବାରେ ସକ୍ଷମ କରିଥାଏ। 

ଆରବିଆଇ ୨୦୨୩ ଜାନୁଆରୀରେ ପ୍ରୋସେସ ଗ୍ରୁପ୍‌ର କମ୍ପାନି ପେୟୁର ‘ପେମେଣ୍ଟ ଆଗ୍ରୀଗେଟର’କୁ ନେଇ ଜମା ଆବେଦନକୁ ରଦ୍ଦ କରିବା ସହ ୧୨୦ ଦିନ ମଧ୍ୟରେ ପୁନଃ ଜମା କରିବାକୁ କହିଥିଲେ। ତେବେ ବର୍ତ୍ତମାନ ପେୟୁକୁ ମଞ୍ଜୁରୀ ପରେ ଏବେ ନୂଆ ବ୍ୟବସାୟୀଙ୍କୁ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନ କରିବା ପାଇଁ ଯୋଡ଼ି ପାରିବ କମ୍ପାନି। 

ଆହୁରି ପଢ଼ନ୍ତୁ:

ଖରାପ ପାଗ ରହିଲେ ଦେଶରେ ହେବ ମହଙ୍ଗା ମାଡ଼, ନୂଆ ବୁଲେଟିନରେ ଚେତାଇଲା RBI

ଏନେଇ ପେୟୁ ସିଇଓ ଅନିର୍ବାଣ ମୁଖର୍ଜୀ କହିଛନ୍ତି ଏହି ଲାଇସେନ୍ସ ଭାରତରେ ବୈଶ୍ବିକ ସ୍ତରରେ ଚର୍ଚ୍ଚିତ ଡିଜିଟାଲ ପେମେଣ୍ଟର ମୂଳ ଢାଞ୍ଚା ସ୍ଥାପନ କରିବାରେ ଆମର ଲକ୍ଷ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଆରବିଆଇର ଦୂରଦର୍ଶୀ ନିୟମ ଅନୁଯାୟୀ, ଆମେ ବିଶେଷ ଭାବରେ ଛୋଟ ବ୍ୟବସାୟୀଙ୍କୁ ଡିଜିଟାଲକରଣ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ ପାଇଁ ପ୍ରତିବଦ୍ଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.