ସେବି ରାଡାରରେ ଆଦାନୀ ଗ୍ରୁପ୍‌: ୬ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି

Published By : Prameya-News7 Bureau | May 03, 2024 IST

indiatoday

ନୂଆଦିଲ୍ଲୀ: ମାର୍କେଟ ରେଗୁଲେଟର ସଂସ୍ଥା SEBI ଆଦାନୀ ଗ୍ରୁପ୍ ର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ସମେତ ୬ ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଏହି କମ୍ପାନୀଗୁଡ଼ିକ ଟ୍ରାଞ୍ଜାକ୍ସନ ଓ ଲିଷ୍ଟିଂ ରେଗୁଲେସନ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ଆଦାନୀ ପୋର୍ଟ୍ସ ଏଣ୍ଡ୍ ସ୍ପେଶାଲ ଇକୋନୋମିକ ଜୋନ୍ (SEZ), ଆଦାନୀ ଏନର୍ଜୀ, ଆଦାନୀ ପାୱାର, ଆଦାନୀ ୱିଲମାର ଏବଂ ଆଦାନୀ ଟୋଟାଲ ଗ୍ୟାସ ନିଜ ନିଜର ଏକ୍ସଚେଞ୍ଜ୍ ଫାଇଲିଂ କରିବା ସମୟରେ ସେବିର ନୋଟିସ୍ ନେଇ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧ ଶେଷ ତ୍ରୟମାସିକ ସମୟରେ ଦୁଇଟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଆଦାନୀ ଏଣ୍ଟରପ୍ରାଇଜେସ୍ ସୂଚନା ଦେଇଛି। ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗର ତଦନ୍ତ ପରେ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଏହି ନୋଟିସ୍ ଜାରି କରିଛି ବୋଲି କମ୍ପାନୀ କହିଛି।

୨୪ ଜାନୁଆରୀ, ୨୦୨୩ରେ, ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ମନି ଲଣ୍ଡରିଂ ଠାରୁ ଆରମ୍ଭ କରି ଶେୟାର ମେନିପୁଲେସନ୍ ଆଦି ଅଭିଯୋଗ ଲଗାଇଥିଲା। ଏହି ମାମଲାରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ୨ ତାରିଖରେ ୬ ଜଣିଆ କମିଟି ଗଠନ କରିଥିଲେ। ଏହା ବ୍ୟତୀତ ମାର୍କେଟ ରେଗୁଲେଟର ସେବିକୁ ମଧ୍ୟ ତଦନ୍ତ କରିବାକୁ ୨ ମାସ ସମୟ ଦେଇଥିଲେ। ହେଲେ ଶୁଣାଣି ବେଳି ମାମଲାର ତଦନ୍ତ ପାଇଁ ୬ ମାସ ସମୟ ମାଗିଥଲା ସେବି। ଏହାପରେ କୋର୍ଟ ତଦନ୍ତ ସମୟ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଫଳରେ ସେବିକୁ ୫ ମାସ ସମୟ ମିଳିଥିଲା। 

ପଢ଼ନ୍ତୁ- କୋଭିଶିଲ୍ଡ ଟିକାର ସାଇଡ୍‌ ଇଫେକ୍ଟ ନେଇ ବିଶ୍ୱରେ ହଇଚଇ: କେତେ ସୁରକ୍ଷିତ ସ୍ୱଦେଶୀ ଟିକା କୋଭାକ୍ସିନ ?

ପୁଣି ଅଗଷ୍ଟ ୧୪ ତାରିଖରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ସେବି କୋର୍ଟଙ୍କୁ ଆଉ ୧୫ ଦିନ ସମୟ ମାଗିଥିଲା। ଏହାରେ ଅଗଷ୍ଟ ୨୫ ତାରିଖରେ ସେବି ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ସଂସ୍ଥା ୨୨ ଟି ଅନୁସନ୍ଧାନ ଶେଷ ହୋଇଛି ଓ ୨ ଟି ଅସମ୍ପୂର୍ଣ୍ଣ ରହିଛି ବୋଲି ସେବି  କହିଥିଲା। 

ମାମଲାର ଶୁଣାଣି କରି ୨୪ ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟ ରାୟଂ ସଂରକ୍ଷିତ ରଖିଥିଲେ। ଏବଂ ହିଣ୍ଡନବର୍ଗ ରିପୋର୍ଟକୁ ଠିକ୍ ବୋଲି ବିଚାର କରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ସର୍ବୋଚ୍ଚ ଅଦାଲତ ଯାଞ୍ଚ ପୂରା କରିବାକୁ ସେବିକୁ ଆଉ ୩ ମାସ ସମୟ ଦେଇଥିଲେ। ସୂଚନା ଅନୁସାରେ, ସେବି ୨୪  ମଧ୍ୟରୁ ୨୨ ମାମଲାରେ ଯାଞ୍ଚ ପୂରା କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.