Rabindra Jena: ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ ‘ଆଞ୍ଚଳିକ ବିକାଶ’

NEWS7
extreme-weather-conditions-may-pose-risk-to-inflation-says-rbi-bulletin

  • ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ, ଆଞ୍ଚଳିକ ବିକାଶ
  • ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି​​​​​​​
  • ବିଜେଡ଼ି ସଭାପତି ନବୀନ ପଟନାୟକଙ୍କ ପ୍ରତି ମୋର ଏବେବି ଗଭୀର ସମ୍ମାନ ରହିଛି
  • ଦୀର୍ଘ 12 ବର୍ଷର ବିଜେଡି ସହ ସମ୍ପର୍କ, କେଉଁଠି ନା କୌଣସି ଇସୁ ରହିଲା, ସେଥିପାଇଁ ଦଳ ଛାଡ଼ିଲି
  • ଭାରତର ଯେକୌଣସି ଆଞ୍ଚଳିକ ଦଳ ସେତେବେଳେ ସଫଳ ହୋଇଛି, ଯେତେବେଳେ ଜଣେ ଉତ୍ତରାଧିକାରୀ ଘୋଷଣା କରିଛି
  • ଯେଉଁ ଦଳ ଉତ୍ତରାଧିକାରୀ ଦେବାରେ ସମର୍ଥ ହୋଇପାରିନାହିଁ, ସେ ଦଳ ରସାତଳକୁ ଯାଇଛି
  • ବିଜେଡି ଆଗାମୀ ଦିନରେ ଓଡିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ
  • ଆଶା ଓ ଆଲୋକ ବିଜେଡିରେ ଦେଖିବାକୁ ମିଳିଲା ନାହିଁ

ଭୁବନେଶ୍ବର ୧୧।୩: ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ସେ  ବିଜେପିରେ ଯୋଗ ଦେଇଛନ୍ତି । ରବୀନ୍ଦ୍ର ଜେନାଙ୍କ ସହ ବସ୍ତା ଓ ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷ, ୬ଜଣ ଜିଲ୍ଲା ପରିଷଦ ସଦସ୍ୟ ଓ ଶତାଧିକ ସମର୍ଥକ ବିଜେପିରେ ହୋଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ପଦ୍ମ ଧରିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ମଙ୍ଗଳବାର ବିଜେଡିରୁ ଦେଇଥିଲେ ଇସ୍ତଫା

ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ, ଆଞ୍ଚଳିକ ବିକାଶ ବୋଲି ବିଜେପିରେ ମିଶିବା ପରେ ରବୀନ୍ଦ୍ର ଜେନା ପ୍ରତିକ୍ରିୟାରେ କହିଛନ୍ତି । ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି ।  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଏବେବି ଗଭୀର ସମ୍ମାନ ରହିଛି । ଦୀର୍ଘ ୧୨ ବର୍ଷର ବିଜେଡି ସହ ସମ୍ପର୍କ, କେଉଁଠି ନା କୌଣସି ଇସ୍ୟୁ ରହିଲା, ସେଥିପାଇଁ ଦଳ ଛାଡ଼ିଲି । ଭାରତର ଯେକୌଣସି ଆଞ୍ଚଳିକ ଦଳ ସେତେବେଳେ ସଫଳ ହୋଇଛି, ଯେତେବେଳେ ଜଣେ ଉତ୍ତରାଧିକାରୀ ଘୋଷଣା କରିଛି । ଯେଉଁ ଦଳ ଉତ୍ତରାଧିକାରୀ ଦେବାରେ ସମର୍ଥ ହୋଇପାରିନାହିଁ, ସେ ଦଳ ରସାତଳକୁ ଯାଇଛି । ବିଜେଡି ଆଗାମୀ ଦିନରେ ଓଡ଼ିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ, ଆଶା ଓ ଆଲୋକ ବିଜେଡିରେ ଦେଖିବାକୁ ମିଳିଲା ନାହିଁ ।

ଏ ଖବର ବି ପଢ଼ନ୍ତୁ:- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଡର : ରିସୋର୍ଟ ପଲିଟିକ୍ସ, ରାଜ୍ୟ ବାହାରକୁ ଯିବେ ବିଜେଡି, କଂଗ୍ରେସ ବିଧାୟକ !

ରବୀନ୍ଦ୍ର ଜେନା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲି । ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବହୁ ନେତା ବିଜେପିରେ ସାମିଲ ହୋଇଛନ୍ତି । ଆଉ ଗୋଟିଏ ମିଶ୍ରଣ ପର୍ବରେ ଆହୁରି ନେତାଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କଲେ ରବୀନ୍ଦ୍ର । ମଙ୍ଗଳବାର ମୁଁ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲି । ଭାରତ ଓ ଓଡ଼ିଶାରେ ବିକାଶ ବିଜେପି ବିନା ସମ୍ଭବ ନୁହେଁ ତେଣୁ ଆମ ଅଞ୍ଚଳର ବିକାଶ ପାଇଁ ବିଜେପିରେ ମିଶିଲି । ଦୀର୍ଘ ୧୨ ବର୍ଷର ବିଜେଡି ସହ ସମ୍ପର୍କ । କେଉଁଠି ନା କୌଣସି ଇସ୍ୟୁ ରହିଲା । ସେଥିପାଇଁ ଦଳ ଛାଡ଼ିଲି । ବିଜେଡି ଆଗାମୀ ଦିନରେ ଓଡ଼ିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ ।

ଏ ଖବର ବି ପଢ଼ନ୍ତୁ:- ହଟିବ କି କାଠ ଓ କୋଇଲା ଚୁଲା କଟକଣା, ସଂଧ୍ୟା ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଭରତର ଯେକୌଣସି ଆଞ୍ଚଳିକ ଦଳ ସେତେବେଳେ ସଫଳ ହୋଇଛି, ଯେତେବେଳେ ଜଣେ ଉତ୍ତରାଧିକାରୀ ଘୋଷଣା କରିଛି । ଉତ୍ତରପ୍ରଦେଶର ମାୟାବତୀ, ଅଖିଳେଶ ଯାଦବ, ତାମିଲନାଡୁର ଷ୍ଟାଲିନଙ୍କ ଉଦାହରଣ ଦେଲେ ରବୀନ୍ଦ୍ର । ଯେଉଁ ଦଳ ଉତ୍ତରାଧିକାରୀ ଦେବାରେ ସମର୍ଥ ହୋଇପାରିନାହିଁ, ସେ ଦଳ ରସାତଳକୁ ଯାଇଛି । ବିଜେପିରେ ଶାସନରେ ଆଶା ଓ ଆଲୋକ ଦେଖିବା ପାଇଁ ମିଳୁଛି । ଆଶା ଓ ଆଲୋକ ବିଜେଡିରେ ଦେଖିବାକୁ ମିଳିଲା ନାହିଁ । ନବୀନ ବାବୁଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି କିନ୍ତୁ ତାଙ୍କ ବୟସ ହୋଇଗଲାଣି । ମୁଁ ଅନେକ ଥର କହିଛି, ଆପଣଙ୍କୁ ଘୋଷଣା କରିବାକୁ ପଡ଼ିବ କିଏ ଉତ୍ତରାଧିକାରୀ ହେବ । କିଏ ଦଳର ମଙ୍ଗ ଧରିବ ତାହା ସ୍ଥିର କରିବାକୁ ପଡ଼ିବ ବୋଲି ନବୀନ ବାବୁଙ୍କୁ କହିଥିଲି ବୋଲି ରବୀନ୍ଦ୍ର ଜେନା କହିଛନ୍ତି । ​​​​