ଅପାରଶକ୍ତିଙ୍କ ନାୟିକା ସାଜିବେ ବାଣୀ କପୁର, ଫିଲ୍ମ ‘ବଦ୍‌ତମିଜ୍‌ ଗିଲ୍’ ରେ ଆସିବେ ନଜର

Published By : Prameya-News7 Bureau | May 04, 2024 IST

ମୁମ୍ଵାଇ ୦୪।୦୫: ଅପ୍‌କମିଙ୍ଗ ଡ୍ରାମା-କମେଡି ଫିଲ୍ମ ‘ବଦ୍‌ତମିଜ୍‌ ଗିଲ୍‌’ରେ ଲେଡି ଲେଡି ଭାବେ ନଜର ଆସିବେ ବାନି କପୁର । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ନବଜୋତ ଗୁଲାଟି । ଆଧୁନିକ ଯୁଗର ଡ୍ରାମା ଓ କମେଡି ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଜଣେ ଝଅ (ବାନି) ଓ ତାଙ୍କ ପରିବାର ଉପରେ ଫିଲ୍ମଟି ଆଧାରିତ । ଖୁବ୍‌ଶୀଘ୍ର ରାଏବରେଲିରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ଏଥିରେ ଅପାରଶକ୍ତି ଖୁରାନା ବାନିଙ୍କ ଭାଇ ଭୂମିକାରେ ନଜର ଆସିବେ । ବାପା ଭୂମିକାରେ ଅଭିନୟ କରିବେ ପରେଶ ରାୱଲ ।

ଫିଲ୍ମର ନିର୍ମାତା ନିକ୍କି ଭାଗନାନି ଓ ଭିକି ଭାଗନାନି କହିଛନ୍ତି, ଆମେ ଜଣେ ଗର୍ଜିୟସ୍‌ ଓ ଆତ୍ମବିଶ୍ୱାସୀ ଝିଅ ଖୋଜୁଥିଲୁ ଯିଏ ନିଜ ପରିବାର ଓ ବନ୍ଧୁଙ୍କ ପାଇଁ ଲଢ଼େଇ କରିପାରିବ । ବାସ୍ତବ ଜୀବନରେ ବାନି ହେଉଛନ୍ତି ସେହିଭଳି ବ୍ୟକ୍ତିତ୍ୱ । ତାଙ୍କୁ ଭେଟିବା ପରେ ଫିଲ୍ମର ଲିଡ୍‌ ଲେଡି ମିଳିଗଲା ବୋଲି ଆମେ ଭାବିନେଲୁ । ନିଜର ଉପସ୍ଥିତି ମାଧ୍ୟମରେ ସେ ପରଦାକୁ ଜୀବନ୍ତ କରିବେ ଏବଂ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବେ ।‘ବଦ୍‌ତମିଜ୍‌ ଗିଲ୍‌’ ସମେତ ବାନିଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଖେଲ୍‌ ଖେଲ୍‌ ମେଁ’ । ଏଥିରେ ଅକ୍ଷୟ କୁମାର, ତାପସୀ ପନ୍ନୁ, ଆମି ଭିର୍କ, ଆଦିତ୍ୟ ସିଲ୍‌, ପ୍ରଜ୍ଞା ଜୈସୱାଲ ଓ ଫନଦିନ ଖାନ୍‌ଙ୍କ ସହ ସେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.