ବଜାଜ୍ କରିବ ଆଉ ଏକ ଧମାକା, ଏହି ଦିନ ଲଞ୍ଚ୍ କରିବ ଦୁନିଆର ପ୍ରଥମ CNG ବାଇକ୍

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ଯାହା ଆଜି ଯାଏ ହୋଇ ନଥିଲା, ତାହା ଏବେ ହେବାକୁ ଯାଉଛି । ଆଜି ଯାଏ ଆପଣ କାରରେ ସିଏନଜି ଅପ୍ସନ ଶୁଣିଥିବେ । କିନ୍ତୁ ଏବେ ଦୁନିଆର ପ୍ରଥମ ସିଏନଜି ବାଇକ୍ ଲଞ୍ଚ ହେବାକୁ ଯାଉଛି । ବଜାର ଅଟୋ କମାଲ କରି ଦେଖାଇଛି ଏବଂ ଏପରି ଏକ ବାଇକ୍ ତିଆରି କରିଛି ଯାହା ସିଏନଜିରେ ଚାଲିବ । ବଜାଜ ପଲସର NS400ର ଲଞ୍ଚ ଇଭେଣ୍ଟ ବେଳେ କମ୍ପାନି ମ୍ୟାନେଜିଂ ଡାଇରେକ୍ଟର ସିଏନଜି ବାଇକ୍ କେବେ ବଜାରକୁ ଆସିବ ସେନେଇ ସୂଚନା ଦେଇଛନ୍ତି ।

ଯେବେଠାରୁ ସିଏନଜି ମୋଟରସାଇକେଲ୍ କଥା ସାମନକୁ ଆସିଛି ସେବେଠୁ ଲୋକେ ସିଏନଜି ବାଇକର ଲଞ୍ଚିଂକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ଏହି ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ଏହି ସିଏନଜି ବାଇକର ନାଁ କଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।

ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ ଏହା ସ୍ପଷ୍ଟ କରିଛନ୍ତି ଯେ ବଜାଜର ପ୍ରଥମ ସିଏନଜି ବାଇକ୍ ଚଳିତ ମାସ ୨୦୨୪ ଜୁନ୍ ୧୮ରେ ଭାରତରେ ଲଞ୍ଚ କରାଯିବ । ଏହି ବାଇକ୍ ବଜାରକୁ ଆସିବା ପରେ ମହଙ୍ଗା ପେଟ୍ରୋଲରୁ ଆଶ୍ୱସ୍ତି ମିଳିବ । ଏହା ବ୍ୟତୀତ ପ୍ରେଟୋଲ ତୁଳନାରେ ସିଏନଜି ବାଇକ ଜରିଆରେ ଭଲ ମାଇଲେଜ ମିଳିବା ନେଇ ଆଶା କରାଯାଉଛି ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.