ରବିବାର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ୱରରେ କରିବେ ରାତ୍ରିଯାପନ

Published By : Prameya-News7 Bureau | May 04, 2024 IST

ଭୁବନେଶ୍ୱର ୦୪।୦୫ : ୨୦୨୪ ନିର୍ବାଚନ । ଜମିଲାଣି ପ୍ରଚାର ମୈଦାନ । ଏବେ ଓଡିଶା ମୁହାଁ ଦିଲ୍ଲୀ ନେତା । ଏହିକ୍ରମରେ ରବିବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଦିନ ଦୁଇଟି ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।  

ଖବର ଅନୁଯାୟୀ, ରବିବାର ମାନେ ମେ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରବିବାର ଦିନ ରାତି  ସାଢେ ୯ଟାରେ ଭୁବନେଶ୍ୱରରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରବିବାର ରାତିରେ ରାତ୍ରିଯାପନ କରିବା ପରେ ସୋମବାର ଦିନ ହେବାକୁ ଥିବା ଜନସଭା କାର୍ଯ୍ୟକ୍ରମରେ ଯୋଗଦେବେ । 

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ଏସ୍‌ପିଜି ମଧ୍ୟରେ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ କିପରି ସୁରକ୍ଷା ବ୍ୟବସ୍ଥା ରହିଛି ଏବଂ ଆଗକୁ ରହିବ । ସେସବୁ ବିଷୟ ଉପରେ ଆଲୋଚନା ହୋଇଛି ।ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.