ଟିକେଟ ଦେଲାନି ଦଳ, ମାହାଙ୍ଗାରୁ ସ୍ୱାଧୀନ ଲଢିବେ ସାରଦା ପ୍ରଧାନ

Published By : Prameya-News7 Bureau | May 04, 2024 IST

ମାହାଙ୍ଗା ୦୪।୦୫ : ସ୍ୱାଧୀନ ଲଢିବେ ସାରଦା ପ୍ରଧାନ । ମାହାଙ୍ଗାର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ମାହାଙ୍ଗା ବିଧାନସଭା ଆସନରୁ ଲଢ଼ିବେ ବୋଲି ଏକ ବିଶାଳ ଜନ ସମାବେଶ କରି ଘୋଷଣା କରିଛନ୍ତି ।

ମାହାଙ୍ଗାରେ  ବିଜେପି ସୁମନ୍ତ କୁମାର ଘଡେଇକୁ ବିଧାୟକ  ଟିକେଟ ଦେବା ପରେ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ ସାରଦା । ଟିକେଟ କଟିବା ପରେ ସାରଦା ବିଭିନ୍ନ ପଞ୍ଚାୟତରେ ବାରମ୍ବାର ସମର୍ଥନ ସଭା  କରୁଥିଲେ । ତେବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାରଦା କହିଲେ କି, ମାହାଙ୍ଗାର ଜନ ସାଧାରଣଙ୍କ ସମର୍ଥନରେ ମୁଁ ସ୍ଵାଧୀନ ଭାବରେ  ନିର୍ବାଚନ ଲଢ଼ିବି। ଜନ ସାଧାରଣ ଚାହୁଁଛନ୍ତି ମୁଁ ମାହାଙ୍ଗାରୁ ନିର୍ବାଚନ ଲଢେ । ତେଣୁ ମୁଁ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବି । ଏହାପରେ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ମୁଁ ମଧ୍ୟ ସ୍ବାଗତ କରିବି । 

ସାରଦା ୨୦୧୪ରୁ ସ୍ଵାଧୀନ ଭାବରେ ମାହାଙ୍ଗାରୁ ଲଢ଼ୁଥିଲେ ।୨୦୧୯ରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ମାହାଙ୍ଗାରୁ  ଟିକେଟ ନଦେବାରୁ ସାରଦା ସ୍ଵାଧୀନ ଭାବରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

 

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.