ଭୁବନେଶ୍ବର: ଭୁବନେଶ୍ୱର ଷ୍ଟେସନ ଭଳି ବ୍ୟସ୍ତ ବହୁଳ ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିବା ଦିଗରେ ଆଉ ଏକ ପଦକ୍ଷେପ। ରେଳ ଷ୍ଟେସନରେ ପ୍ରଥମ ଥର ପାଇଁ ଇନଷ୍ଟଲ୍ ହୋଇଛି ବଡ଼ ପାର୍ସଲ ସ୍କାନର ମେସିନ୍। ଏହି ମେସିନ୍ ଦ୍ବାରା ଷ୍ଟେସନରୁ ଯାଉଥିବା ପାର୍ସଲଗୁଡ଼ିକୁ ଟିକିନିଖି ଯାଞ୍ଚ କରାଯିବ। ଏମିତିକି ପାର୍ସଲ ନଖୋଲି ବି ତା’ ଭିତରେ ଥିବା ସାମଗ୍ରୀର ଯାଞ୍ଚ କରାଯାଇପାରିବ। ଫଳରେ ପାର୍ସଲ ଭିତରେ ନିଶା କିମ୍ବା ବିସ୍ଫୋରକ ତଥା କୌଣସି ସନ୍ଦିଗ୍ଧ ସାମଗ୍ରୀ ରହିଛି ସହଜରେ ଜଣାପଡ଼ିବ।

ବିଭିନ୍ନ ରଙ୍ଗ ଓ କୋଡ୍ ଆଧାରରେ କମ୍ପ୍ୟୁଟରାଇଜ୍ଡ ପ୍ରଣାଳୀରେ ପାର୍ସଲ ଭିତରେ ଥିବା ସାମଗ୍ରୀର ଚିତ୍ର ମିଳିବ। ଗୋଟିଏ ପଟେ ପାର୍ସଲ ମେସିନ୍ ଭିତରକୁ ପ୍ରବେଶ କରିବ ଏବଂ ଅନ୍ୟପଟେ ଏହାର ସ୍କାନିଂ ହେବ। ଫଳରେ ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ଅଧିକ ସହଜ ହେବ।

Also Read: ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ

ତେବେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରମୁଖ ରେଲୱେ ଷ୍ଟେସନରେ ମଧ୍ୟ ଏଭଳି ପାର୍ସଲ ସ୍କାନର୍ ବ୍ୟବସ୍ଥା କରାଗଲେ ଚୋରାଚାଲାଣ ଓ ବେଆଇନ ସାମଗ୍ରୀ ପରିବହନ ଉପରେ ରୋକ୍ ଲଗାଇବାରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।