ସୀମା ହାଇଦର ଓ ସଚିନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ତାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର

Published By : Prameya-News7 Bureau | March 28, 2024 IST

indiatv

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ପ୍ରେମୀ ଯୁଗଳ ଦମ୍ପତି ସୀମା ହାଇଦର ଓ ସଚୀନ ମୀନା। ପାକିସ୍ତାନରେ ରହୁଥିବା ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ସୀମା, ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୁଲାମ ହାଇଦର ତାଙ୍କ ଓକିଲ ସହ ସୁରଜପୁର ଜିଲ୍ଲା କୋର୍ଟ ପହଞ୍ଚି ଏମାନଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଛନ୍ତି।

ଗୁଲାମଙ୍କ ଆବେଦନକୁ ନେଇ ନେଇ କୋର୍ଟ ଜେବର ପୁଲିସକୁ ନୋଟିସ ଜାରି କରିଛନ୍ତି। କୋର୍ଟଙ୍କ ନୋଟିସରେ ଜେବର ପୋଲିସକୁ ଏପ୍ରିଲ ୧୮ ତାରିଖ ସୁଦ୍ଧା ଜବାବ ଦେବାକୁ ହେବ। ସୂଚନା ଥାଉକି ସୀମା ହାୟଦାର ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ନେପାଳ ଦେଇ ଗ୍ରେଟର ନୋଏଡାର ରବୁପୁରା ଗାଁର ତାଙ୍କ ପ୍ରେମିକ ସଚିନ୍‌ଙ୍କ ପାଖକୁ ଚାଲି ଆସିଥିଲେ। ଏଠାରେ ଭଉୟଙ୍କର ବିବାହ ହୋଇଥିଲା।

ମିଡିଆ ରିପୋର୍ଟ ଅନୁସାରେ, ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦରଙ୍କ ଓକିଲ ମୋମିନ ମଲିକ ପ୍ରାୟ ୨୦ ଦିନ ପୂର୍ବରୁ ଜେଆର ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଜେବର ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ନେଇ ନାହିଁ।ଏହାପରେ ଗୁଲାମଙ୍କ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ କୋର୍ଟ ପୁଲିସକୁ ଜବାବ ରଖିବାକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.