LIVE TV

ଅପରେସନ ସିନ୍ଦୂର କାଳରେ କାଶ୍ମୀର ଜନବସତୀକୁ ଟାର୍ଗେଟ କରିଥିଲା ପାକ୍, ଡାଲ ହ୍ରଦରୁ ମିଳିଲା ଫତେହ-୧ ମିଜାଇଲ

NEWS7
Fateh-1

ଶ୍ରୀନଗର ୨୨।୯:  ପାକିସ୍ତାନର କାଶ୍ମୀର ପାଇଁ ଦରଦ କେତେ ତାହ ଅପରେସନ ସିନ୍ଦୂର କାଳରେ ପ୍ରମାଣିତ ହୋଇଛି। ଏହି ସମୟରେ କାଶ୍ମୀରର ଜନବସତୀ ଅଞ୍ଚଳକୁ ନିକ୍ଷେପ କରିଥିବା ପାକିସ୍ତାନର ତଥାକଥିତ ଉନ୍ନତ ମିଜାଇଲ ଫତେହ-୧ର ଅବେଶଷ ଡାଲ ହ୍ରଦରୁ ମିଳିଛି। ଏହି ମିଜାଇଲ ଅନ୍ୟସ୍ଥାନରେ ପଡିଥିଲେ ବ୍ୟାପକ ଧନଜୀବନ ହାନୀ କରିଥାନ୍ତା। ଏଥିରୁ କାଶ୍ମୀର ଓ କାଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରମାଣିତ ହୋଇଛି।

ସେପ୍ଟେମ୍ବର ୨୧ ରବିବାର ଦିନ ଡାଲ ହ୍ରଦ ସଂରକ୍ଷଣ ଓ ପ୍ରବନ୍ଧନ ପ୍ରାଧିକରଣ (ଏଲସିଏମଏ)ର ଏକ ନିୟମିତ ସଫେଇ ଟିମ୍ ହ୍ରଦ ନିକଟରୁ ଏକ ସନ୍ଦିଗ୍ଧ ସାମଗ୍ରୀ ଦେଖିଥିଲେ। ପ୍ରାରମ୍ଭିକ ଯାଞ୍ଚରୁ ଏହା ପାକିସ୍ତାନୀ ମିଜାଇଲ ଫତେହ-୧ର ଅପ୍ରଭାବୀ ଅଂଶ ବୋଲି ଜଣାପଡିଥିଲା। ଟିମ୍‌ ତୁରନ୍ତ ଏହାକୁ ନିକଟତମ ପୋଲିସ ଷ୍ଟେସନକୁ ନେଇ ଫରେନସିକ୍ ଯାଞ୍ଚ ପାଇଁ ଦେଇଥିଲା। ଏହି ସମୟରେ ଶ୍ରୀନଗର ସହରର ବାହ୍ୟାଞ୍ଚଳ ଲାସଜନରୁ ମଧ୍ୟ ଏକ ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ହୁଏତ ଏହା ମଧ୍ୟ ଏହି ଘଟଣା ସହିତ ଜଡିତ ଥାଇ ପାରେ। ଏଣୁ ଅପରେସନ ସିନ୍ଦୂର କାଳରେ କାଶ୍ମୀର ରାଜଧାନୀକୁ ପାକିସ୍ତାନ ମିଜାଇଲରେ ଟାର୍ଗେଟ କରିଥିବାର ପ୍ରମାଣ ମିଳିଛି, ଯାହାକୁ ଆମର ଏୟାର ଡିଫେନ୍ସ ସିଷ୍ଟମ ବିଫଳ କରିଦେଇଛି।

ଆକଳନ କରାଯାଉଛି ଏହି କ୍ଷେପଣାସ୍ତ୍ରକୁ ହୁଏତ ଶ୍ରୀନଗର ଏୟାରବେସ୍ କୁ ଟାର୍ଗେଟ କରି ନିକ୍ଷେପ କରାଯାଇଥିଲା। ତେବେ ଏହାର ନେଭିଗେସନ ସିଷ୍ଟମର ବିଫଳତା ଯୋଗୁ ଏଗା ହ୍ରଦରେ ପଡି ବିସ୍ଫୋରଣ ହୋଇଛି, ଯାହା କାହା ନଜରକୁ ଆସି ନାହିଁ। ସୋସିଆଲ ମିଡିଆରେ ଏହି ଅବଶେଷ ଏବେ ଭାଇରାଲ ହେବାରେ ଲାଗିଛି, ଯାହା ପାକିସ୍ତାନୀ ଅସ୍ତ୍ରଶସ୍ତ୍ରର ଦୁର୍ବଳତାକୁ ପ୍ରମାଣିତ କରୁଛି।

ତେବେ ପାକିସ୍ତାନୀ ପକ୍ଷ ମିଳିଥିବା ମିଜାଇଲ ଅବେଶେଷକୁ ଖାରଜ କରିଦେଇଛି। ଏହା ଭାରତୀୟ ମିଜାଇଲ ସିଷ୍ଟମ ପିନାକର ଅଂଶ ବିଶେଷ ହୋଇଥାଇପାରେ ବୋଲି କହିଛି। ତେବେ ଫରେନସିକ୍ ପ୍ରମାଣ ଓ ବିଶେଷଜ୍ଞଙ୍କ ବିଶ୍ଲେଷଣ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। ଅପରେସନ ସିନ୍ଦୂର ପରେ ପାକିସ୍ତାନ ତା ସେନାରେ ‘ଆର୍ମି ରକେଟ ଫୋର୍ସ’ ଗଠନ ପାଇଁ ଘୋଷଣା କରିଛି। ଏହା ସେମାନଙ୍କ ରକ୍ଷା କ୍ଷମତାରୁ ଦୁର୍ବଳତାକୁ ପ୍ରମାଣିତ କରୁଛି।