ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ଦେଶବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ l   ପାକିସ୍ତାନରେ ପେଟ୍ରୋଲିୟମ ଡିଲର୍ସଙ୍କ ଚେତାବନୀ  l  ଅଗଷ୍ଟ ୧୫ ତାରିଖରୁ ପାକିସ୍ତାନରେ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିବା ନେଇ ବଡ଼ଧରଣର ଘୋଷଣା କରାଯାଇଛି। ବିଭିନ୍ନ ଦାବି ପୂରଣ ନହେଲେ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିବ l  ପାକିସ୍ତାନ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍  ପକ୍ଷରୁ ଚେତାବନୀ ଦିଆଯାଇଛି । ପେଟ୍ରୋଲର ଖୁଚୁରା ବିକ୍ରି ମୂଲ୍ୟ ଉପରେ କମିଶନ୍ ବା ମାର୍ଜିନକୁ ୮ ପ୍ରତିଶତକୁ ବୃଦ୍ଧି ସହ ଡିଲରସମାନେ ନାନାଦି ପ୍ରକାର ଆର୍ଥିକ ସମସ୍ୟା ଦେଇ ଅତି କରୁଛନ୍ତି l

ସରକାରଙ୍କୁ ୭୨ ଘଣ୍ଟାର ଏକ କଡ଼ା ଚେତାବନୀ ଦିଆଯାଇଥିବା ବେଳେ ଯଦି ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ନହୁଏ, ତେବେ ଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ଦେଶବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ପେଟ୍ରୋଲର ଖୁଚୁରା ବିକ୍ରି ମୂଲ୍ୟ ଉପରେ କମିଶନ୍ ବା ମାର୍ଜିନକୁ ୮ ପ୍ରତିଶତକୁ ବୃଦ୍ଧି କରାଯିବାକୁ ଡିଲର୍‌ମାନେ ଦାବି କରିଛନ୍ତି। ଦୈନନ୍ଦିନ ମୂଲ୍ୟ ପରିବର୍ତ୍ତନ ବ୍ୟବସ୍ଥା ଯୋଗୁଁ ବ୍ୟବସାୟୀମାନଙ୍କୁ କାର୍ଯ୍ୟକ୍ଷମ ପୁଞ୍ଜି ଏବଂ ଆର୍ଥିକ ସଙ୍କଟର ସମୁଖୀନ  ହେବାକୁ ପଡୁଛି ବୋଲି ବିଭନ୍ନ ଆସୋସିଏସନ୍ ଅଭିଯୋଗ ଆଣିଛନ୍ତି ।  ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୪,୦୦୦ରୁ ଅଧିକ ସଦସ୍ୟ ଏହି ଆନ୍ଦୋଳନ ପାଇଁ ଚାପ ପକାଉଥିବାରୁ ଡିଲର୍‌ମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି।  ଏହି ହରତାଳ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ ହେଲେ ସାଧାରଣ ଜନଜୀବନ ଏବଂ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।