ଭୁବନେଶ୍ୱର ୦୫।୦୭ : ୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା । ରାଜ୍ୟରେ ଚାଲିଥିବା SIR ପ୍ରକ୍ରିୟାରେ କଟିଛି ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି । ସ୍ଥାନାନ୍ତରିତ /ଅନୁପସ୍ଥିତ ପାଇଁ ୧୦ ଲକ୍ଷ ୭ ହଜାର । ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜିକୃତ ରହିଛି। ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି।ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି।

Also Read:-ଅବପାତର ରୂପ ନେଲା ଲଘୁଚାପ, ରାତିରେ ଛୁଇଁବ ଓଡ଼ିଶା ଉପକୂଳ ! ଝଡ଼ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଯେ, ପ୍ରାଥମିକତା ଭାବେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦିଆଯାଇଛି। ଏହି ଭୋଟମାନେ ସେମାନଙ୍କ ନାଗରିକତ୍ୱର କୌଣସି ପ୍ରମାଣ ଦେଇପାରିନାହାନ୍ତି କିମ୍ବା ମ୍ୟାପିଂ ସମୟରେ ସେମାନଙ୍କ ନାମ ଆସିପାରିନାହିଁ । ଦେହାନ୍ତ ହୋଇଯାଇଥିବା ଭୋଟରଙ୍କ ନାମ ମଧ୍ୟତାଲିକାରୁ ବାଦ୍ ଦିଆଯାଇଛି । ଯଦି ଭୁଲରେ କାହାର ନାଁ କଟିଥିବ ସେ ଆବେଦନ କରିପାରିବେ।ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନକରି ହେବ । ସେହିଭଳି ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ଆବେଦନ କରିବାକୁ ଆହ୍ବାନ କରିଛନ୍ତି ସିଇଓ।

Watch Video:-