LIVE TV

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଚାଲିଗଲା ଜୀବନ

NEWS7
car

କଳାହାଣ୍ଡି ୦୨ ।୧୦ : ଭୟଙ୍କର ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭୁନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥର ଦେହେଲି ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ଗଛକୁ ପିଟି ହୋଇଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଏକ ଧଳା ରଙ୍ଗର କାର୍‌ ୬ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ କଳାହାଣ୍ଡି ଦେହେଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ​​​