LIVE TV

ୱାନ ନେସନ -ୱାନ ଟ୍ୟାକ୍ସର ସ୍ୱପ୍ନ ସାକାର , ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେବ ଶସ୍ତା  : ପ୍ରଧାନମନ୍ତ୍ରୀ ମୋଦି

NEWS7
modi

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ଦେଶ ନାମରେ ସମ୍ୱୋଧନରେ ଜିଏସଟି ସଂସ୍କାର ଉପରେ କହିଛନ୍ତି। ସେ କହିଛନ୍ତି ଯେ ଜିଏସଟିରେ ସମଗ୍ର ଦେଶ ପାଇଁ ଏକ ସମାନ ବ୍ୟବସ୍ଥା ସୃଷ୍ଟି କରିଛି। ୱାନ ନେସନ ୱାନ ଟ୍ୟାକ୍ସର ସ୍ୱପ୍ନ ସାକାର ହୋଇଛି। ରିଫର୍ମ ( ସଂସ୍କାର) ଏକ ନିରନ୍ତର ପ୍ରକ୍ରିୟା ହୋଇଥାଏ। ଯେବେ ସମୟ ବଦଳେ , ଦେଶର ଆବଶ୍ୟକତା ବଦଳି ଥାଏ ତ ପର ଜେନେରେସନ ରିଫର୍ମ ମଧ୍ୟ ଆବଶ୍ୟକ ହୋଇଥାଏ। ଜିଏସଟିର ନୂଆ ସ୍ୱରୂପରେ ମୁଖ୍ୟ ରୂପେ  ୫ରୁ ୧୮ ପ୍ରତିଶତର ଦୁଇଟି ସ୍ଲାବ୍‌ ହେବ। ନିତ୍ୟ ବ୍ୟବହାଯ୍ୟ ଜିନିଷ ଶସ୍ତା ହୋଇଯିବ। ଯେଉଁ ଜିନିଷ ଗୁଡ଼ିକ ଉପରେ ପୂର୍ବରୁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିଥିଲା , ଏଥିରେ ୯୯ ପ୍ରତିଶତ ଜିନିଷ  ଏବେ ପାଞ୍ଚ ପ୍ରତିଶତ ଟ୍ୟାକ୍ସର ପରିସରକୁ ଆସି ଯାଇଛି। ​​​​​​​

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶୀ ଜିନିଷ ପରିବର୍ତ୍ତେ ଦେଶରେ ତିଆରି ଜିନିଷକୁ କ୍ରୟ କରିବାକୁ ଅପିଲ କରିଛନ୍ତି। ଆମେରିକା ଦ୍ୱାରା ସୃଷ୍ଟି ବିବାଦ ମଧ୍ୟରେ ପିଏମ ମୋଦି କହିଛନ୍ତି, ମେଡ୍‌ ଇନ୍ ଇଣ୍ଡିଆ ଜିନିଷ କ୍ରୟ ହେବ। ଆମର ଦୈନିକ ଜୀବନରେ ଏମିତି ଅନେକ ଜିନିଷ ଯୋଡ଼ି ହୋଇଛି, ଯାହା ସବୁ ବିଦେଶୀ। ଏଥିରୁ ଆମକୁ ମୁକ୍ତି ପାଇବାକୁ ହେବ। ସେହି ଜିନିଷ କିଣିବାକୁ ହେବ, ଯେଉଁଥିରେ ଆମ ଦେଶର ଯୁବପିଢିଙ୍କ ପରିଶ୍ରମ ପ୍ରତିଫଳିତ । ଆମକୁ ପ୍ରତି ଘରକୁ ସ୍ୱଦେଶୀର ପ୍ରତୀକ କରିବାର ଅଛି।

​​​​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସୋମବାର ଠାରୁ ଦେଶର ଦ୍ରବ୍ୟ ଓ ସେବା କର (ଜିଏସଟି) ଉତ୍ସବ ମାଆ ଦୁର୍ଗାଙ୍କ ନବରାତ୍ର ପର୍ବ ସହ ଆରମ୍ଭ ହେଉଛି। ମୋଦି ରବିବାର ରାଷ୍ଟ୍ର ନାମରେ ନିଜର ସମ୍ୱୋଧନରେ କହିଛନ୍ତି , ଜିଏସଟିର ସଞ୍ଚୟ ଆରମ୍ଭ ହେଉଛି ଏବଂ ଏହାର ଲାଭ ଦେଶର କୃଷକ , ବ୍ୟବସାୟୀ , ଉଦ୍ୟୋଗୀ  ଓ ଗରିବଙ୍କୁ ମିଳିବ। ଏଥିରେ ବ୍ୟବସାୟକୁ ସହଜ କରାଯାଇ ପାରିବ ଏବଂ ପ୍ରତି ରାଜ୍ୟକୁ ବିକାଶର ଦୌଡ଼ରେ ବିକାଶର ସହ ନିର୍ମାଣ କରାଯିବ ଏବଂ ଉତ୍ସବ ସିଜନରେ ଦେଶରେ ପ୍ରତିବର୍ଗ ପାଇଁ ସଞ୍ଚୟ ଉତ୍ସବ ଆରମ୍ଭ ହେଉଛି।

ସେ କହିଛନ୍ତି ଯେ, ଏବେସୁଦ୍ଧା ଦେଶର ଲୋକେ ଅଲଗା ଅଲଗା ଟ୍ୟାକ୍ସରେ ସମସ୍ୟାରେ ପଡ଼ିଥିଲେ ଏବଂ ଦେଶର ଲୋକଙ୍କୁ ଅନେକ ଗୁଡ଼ିଓ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା କିନ୍ତୁ ଏବେ ଜିଏସଟିର ନୂଆ ସିଜନ ସମସ୍ତଙ୍କୁ ସବୁ ପ୍ରତିବନ୍ଧକ ଦୂର କରି ଦେଇଛି ଏବଂ ସୋମବାର ଠାରୁ ଦେଶ ଜିଏସଟି ଟ୍ୟାକ୍ସରେ ସୁଧାରର ନବରାତ୍ର ସହ ନୂଆ ଉତ୍ସବ ପାଳିବ।