ଗଞ୍ଜାମରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ: ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 27, 2025 IST

ବ୍ରହ୍ମପୁର:  ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ପୀଠରେ ମାଆଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶତ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  ଏହା ପରେ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମାଆ ଆମକୁ, ଆମ ସରକାରଙ୍କୁ ଆର୍ଶୀବାଦ କରନ୍ତୁ। ନୂଆ ଓଡିଶା ବିକଶିତ ଓଡିଶା ଗଠନରେ ମାଆ ସହାୟକ ହୁଅନ୍ତୁ। ଗଞ୍ଜାମ ଜିଲ୍ଲାରେ ଅଧିକ ଶିଳ୍ପ କାରଖାନା ପ୍ରତିଷ୍ଠା ହେବ। ଜିଲ୍ଲାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ।  ଏଥିରେ ଲକ୍ଷାଧିକ ପିଲା ନିଯୁକ୍ତି ପାଇବେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.