ମଣିପୁରରେ ପୁଣି ହିଂସା: ୧ ମୃତ, ୩ ଆହତ

Published By : Prameya-News7 Bureau | April 28, 2024 IST

indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ସରକାରଙ୍କ ହସ୍ତକ୍ଷେପ ଯୋଗୁ ସ୍ଥିତି ସ୍ଥିର ରହିଛି ବୋଲି ଯେତେ ଡିଣ୍ଡିମ ପିଟିଲେ ବି ହିଂସା ବନ୍ଦ ହେବାର ନାଁ ନେଉ ନାହିଁ। ରବିବାର ପୁଣି ହିଂସାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

କୁକି ଜୋ ଗାଁର ଜଣେ ଭଲ୍ୟୁଣ୍ଟରଙ୍କର ମୃତ୍ୟୁ ହୋଇଥିବା ବେଳେ କୁବ୍ରୁ ହିଲ୍‌ର ରେଞ୍ଜ ଏରିଆର ୩ ଜଣ ଆହତ ହୋଇଛନ୍ତି। ଲେଇମାଖଙ୍ଗ କାଙ୍ଗଚୁପ ଅଞ୍ଚଳରେ ୨.୩୫ ମିନି୍ଟ ସମୟରେ ଗୁଳିକାଣ୍ଡ ଘଟିଥିଲା। ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଏହି ହିଂସାକାଣ୍ଡ ଘଟାଇବା ପରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ୧୨ ଘଣ୍ଟା ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ ୧୨ ତାରିଖ ଅପରାହ୍ନ ୧୨ଟାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ପୂରା ସଦର ହିଲ୍‌ସ ଗାଙ୍ଗପୋକ୍‌ପି ଜିଲ୍ଲା ଶଟ୍‌ଡାଉନ୍ କରାଯାଇଛି।  


ଏହା ପୂର୍ବରୁ ଶନିବାର ହୋଇଥିବା ହିଂସାକାଣ୍ଡରେ ସିଆର୍‌ପିଏଫ୍‌ର ଦୁଇ ଯବାନ ସହିଦ ହୋଇଥିଲେ। ଅନ୍ୟ ୨ ଜଣ ଆହତ ମଧ୍ୟ ହୋଇଥିଲେ। ଶନିବାର ସକାଳେ ବିଷ୍ଣୁପୁର ଜିଲ୍ଲାର ନାରାସେନା ଏରିଆରେ ବନ୍ଧୁକଧାରୀ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଯବାନଙ୍କର ମୃତ୍ୟୁ ହୋଇଥିଲା। ରାତି ୨.୧୫ ବେଳେ ଦୁର୍ବୃତ୍ତମାନ ସିକ୍ୟୁରିଟି ଆଉଟ୍‌ପୋଷ୍ଟ ଉପରେ  ବୋମାମାଡ଼ କରିଥିଲେ। ଏଥିରେ ସିଆର୍‌ପିଏପ୍ ସବ୍ ଇନ୍‌ସପେକ୍ଟର ଏନ୍‌ ସରକାର ଏବଂ ମୁଖ୍ୟ କନଷ୍ଟେବଲ ଅରୁପ ସାଇନିଙ୍କର ମୃତ୍ୟୁ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.