କଟକ ୧୪।୦୫ : ବଡମ୍ବାରେ ପାଣ୍ଡିଆନଙ୍କ ପ୍ରଚାର । ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ । ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ଆପଣଙ୍କ ସେବା କରିବା ପାଇଁ ଦାୟିତ୍ୱ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼ କରି ୯୦ ପ୍ରତିଶତ ପରିବାରଙ୍କୁ ଉପକୃତ କରିବେ । ଆପଣମାନେ ଖୁସି ତ ?
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟ ଦିନ ବିପୁଳ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ । ବିଜେପି କହୁଛି ମାଗଣା ବିଜୁଳି ଦେବ, ୪୦/୫୦ ହଜାର ଟଙ୍କା ଖର୍ଚ୍ଚ କରି ଆପଣ ସୋଲାର ପ୍ୟାନେଲ ଲଗାଇବେ, ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ । ତେବେ ବିରୋଧୀ ଆସିଲେ ପଚାରିବେ, କହିଥିଲେ ଦର ଦାମ୍ କମିବ, ଏଲ୍ପିଜି. ପେଟ୍ରୋଲ, ଡିଜେଲ ଦର କମିଲା କି ? ରୋଜଗାର ଦେଲେ କି ? ତେଣୁ ଦେବୀ ବାବୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଶକ୍ତି ଦିଅନ୍ତୁ, କାମ କରିବାକୁ ସୁଯୋଗ ଦିଅନ୍ତୁ । ସଂତୃପ୍ତ ବାବୁ ଚାକିରି ଛାଡ଼ି ଆପଣଙ୍କ ସେବା ପାଇଁ ଆସିଛନ୍ତି । ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ଶିଳ୍ପ କ୍ଷେତ୍ରରେ ବହୁ ଅଭିଜ୍ଞତା ରହିଛି । ଦେବୀ ବାବୁ ଆପଣଙ୍କ ଅଞ୍ଚଳର ଜଣେ ଜନପ୍ରିୟ ପରିଶ୍ରମୀ ନେତା, ଦୁଇଜଣଙ୍କ ଜରିଆରେ ବଡ଼ମ୍ୱା-ନରସିଂହପୁରର ବହୁତ ବିକାଶ ଘଟିବ। ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁ ଅଧିକ ଟଙ୍କା ଦିଆଯାଇଛି ।
ସେହିପରି ମାଁ ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମାଁ ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍ ନିର୍ମାଣ ହୋଇଛି । ବଡ଼ମ୍ୱାରେ ପିଇବା ପାଣି ସମସ୍ୟା ଦୂର ହେବ । ନବୀନ ବାବୁ ଥିବା ପର୍ଯ୍ୟନ୍ତ କାହା ସହିତ ଅନ୍ୟାୟ ହେବାକୁ ଦେବେ ନାହିଁ ।