ଚାବହାର ବନ୍ଦରକୁ ନେଇ ଚିହିଁକି ଉଠିଲା ଆମେରିକା; ଇରାନ ସହ ସମ୍ପର୍କ ରଖୁଥିବା ଦେଶକୁ ନାଲିଆଖି

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ:  ଭାରତ ଓ ଇରାନ ମଧ୍ୟରେ ସମ୍ପର୍କ ସୁଦୃଢ଼ । ଚାବହାର ବନ୍ଦରର ପରିଚାଳନା ପାଇଁ ଇରାନ ଓ ଭାରତ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥଛି । ଆସନ୍ତା ୧୦ ବର୍ଷ ଏହି ପୋର୍ଟ ଭାରତ ଅଧିକାରରେ ରହିବ । ଭାରତ ସରକାର ଏହାକୁ ସଞ୍ଚାଳନ କରିବେ ।  ଚବାହାର ବନ୍ଦରକୁ ନେଇ ଭାରତ ଓ ଇରାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବା ପରେ ଏହାକୁ ନେଇ ଆମେରିକା ଚିହିଁକି ଉଠିଛି । ଇରାନ ସହିତ ବ୍ୟବସାୟ ବୁଝାମଣା କରୁଥିବା ଦେଶମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ଧମକ ଦେଇଛି ।    

ଆମେରିକୀୟ ବିଦେଶ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ ଭାରତ-ଇରାନ ଚୁକ୍ତି ସ୍ବାକ୍ଷରକୁ ନେଇ କହିଛନ୍ତି, କୌଣସି ଦେଶ ଯଦି ଇରାନ ସହିତ ବ୍ୟବସାୟୀକ ବୁଝାମଣା କରନ୍ତି ତେବେ ସେହି ଦେଶ ଉପରେ ପ୍ରତିବନ୍ଧ ଲାଗିବ । ଏହା ସହିତ ସେ କହିଛନ୍ତି, ଏ ଦିଗରେ ଭାରତର ପୂରା ଅଧିକାର ଅଛି ସରକାର ନିଜର ପକ୍ଷ ରଖିପାରିବ ।  

ଭାରତ-ଇରାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବା ପରେ ଆଗମୀ ୧୦ ବର୍ଷ ଯାଏ ଚାବହାର ବିନ୍ଦର ଭାରତ  ଅଧିକାରରେ ରହିବ । ବିଦେଶରେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହେବାକୁ ଯାଉଥିବା ପ୍ରଥମ ବନ୍ଦର ପାଲଟିଛି ଚାବହାର । ଏବି ପୋର୍ଟର ବିକାଶ ପାଇଁ ଭାରତ ସରକାର ୨୫ କୋଟି ଡଲାରର କ୍ରେଡିଟ୍ ଓ୍ବିଣ୍ଡୋ ଅଫର ମଧ୍ୟ ଦେଇଛି । ଚାବହାର ବନ୍ଦରକୁ ଇଣ୍ଟରନ୍ୟାସନାଲ ନାର୍ଥ-ସାଉଥ୍ ଟ୍ରେନ୍ସପୋର୍ଟ କରିଡର ସହ ଯୋଡ଼ିବା ପାଇଁ କାର୍ଯ୍ୟ ଚାଲିଛି । ଯାହାଦ୍ବାରା ଇରାନ ମାଧ୍ୟମରେ ଋଷ ସହ ଭାରତର କନେକ୍ଟିଭିଟି ସହଜ ହୋଇଯିବ । ଏହାର ବଡ଼ ଲାଭ ଭାରତକୁ ମିଳିବ । ପାକିସ୍ତାନକୁ ବାଇପାସ୍ କରି ଏହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ପର୍ଯ୍ୟନ୍ତ ସିଧାସଳଖ ନିଜ ପହଞ୍ଚକୁ ମଜଭୁତ କରିପାରିବେ ।   ଚାବହାର ବନ୍ଦର ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ବଡ଼ ବଡ଼ ୟୁରୋଏସୀୟ ରାଷ୍ଟ୍ରଗୁଡ଼ିକ ସହ ଭାରତକୁ ସିଧାସଳଖ ଯୋଡ଼ିବ ।   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.