LIVE TV

ଭାଇର ଏକାଦଶରେ ପୋଖରୀ ଗାଧୋଇବାକୁ ଯାଇ ପାଣିରେ ବୁଡିଗଲା ଭାଇ

NEWS7
Aska

ଆସିକା ୨୩।୯: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଓଳମ୍ବା ପଞ୍ଚାୟତର ପୁରୁଣା କସେଇ ଗ୍ରାମରେ ଅଭାବନୀୟ ଘଟଣା l ବଡ ବାପା ପୁଅର ଏକାଦଶରେ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଗଲା ଦାଦା ପୁଅ ଭାଇ l ମୃତକ ହେଲେ ୧୦ ବର୍ଷ ବୟସ୍କ ସ୍ୱାଗତ ପୋଲେଇ l

ସୂଚନାଯୋଗ୍ୟ ଯେ, ସୁରଟରେ ଦାଦନ ଖଟିବାକୁ ଯାଇଥିବା ସମୟରେ ସ୍ଵଗାତଙ୍କ ବଡ ବାପା ପୁଅ ଶିବରାମ ପୋଲେଇଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିଲା l ଆଜି ତାଙ୍କର ଏକାଦଶ ଥିଲା l ଏକାଦଶାହ ପାଇଁ ସ୍ବାଗତ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ତାଙ୍କର ପୋଖରୀରେ ଗୋଡ ଖସି ଖସିଯାଇଥିଲା । ଫଳରେ ସେ ପୋଖରୀ ପାଣିରେ ବୁଡି ଯାଇଥିଲେ l ସମ୍ପର୍କୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି ଧରାକୋଟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l