ବୈପାରୀଗୁଡା ୨୨।୬: ଭରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ବସିଥିବା ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ରାସ୍ତା ମାଣ୍ଡିକିଝରଣ ଛକରେ ଘଟିଛି ଏଭଳି ଦୁର୍ଘଟଣା l ମୃତକ ଜଣଙ୍କ ହେଉଛନ୍ତି ସୂର୍ଯ୍ୟକାନ୍ତ ମହାନ୍ତି l

ସୂଚନାଯୋଗ୍ୟ ଯେ, ଜଗତସିଂପୁର ଅଞ୍ଚଳର ସୁଧିର ନାୟକ ଏବଂ ତାଙ୍କ ପତ୍ନୀ ଏକ କାର୍‌ରେ ତାଙ୍କ ସମ୍ପର୍କୀୟ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସହ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲେ l ଗୁପ୍ତେଶ୍ୱର ପୀଠରେ ପହଞ୍ଚିବା ପୂର୍ବରୁ ମାଣ୍ଡିକିଝରଣ ଛକରେ କାର୍ ଭାରସାମ୍ୟ ହରାଇଥିଲା । ଯାହା ଫଳରେ କାର୍‌ଟି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ କାର୍ ଚଳାଉଥିବା ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ଦମ୍ପତି ଗୁରୁତର ହୋଇଛନ୍ତି l

​​​​​​​Also Read:- ଗାଡ଼ି ଚାଳକଙ୍କୁ ହେବନି ଅସୁବିଧା, ଏନଏଚରେ ଉପଲବ୍ଧ ହେବ ଗାଡ଼ି ମରାମତି ଏବଂ ଟାୟାର ପଙ୍କଚର ସେବା

ଉଭୟ ଗୁରୁତରଙ୍କୁ ପ୍ରଥମେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ସେଠାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଚିକିତ୍ସା ଜାରି ରହିଛି ।