LIVE TV

ବାଇକ୍‌ରେ ବୁଲେଇ ନେବାକୁ କହି ଲଜ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

NEWS7
Arrest

ପୁରୀ ୨୪।୯: ପୁଣି ପୁରୀରେ ଲଜ୍ଜା । ଲଜ୍ ଭିତରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କୁମ୍ଭାରପଡ଼ା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛି କୁମ୍ଭାରପଡ଼ା ଥାନା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଗୁଡୁ ଓରଫ ସୁନିଲ ନାୟକ । ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସର ସୂଚନା ଅନୁଯାୟୀ ଗତ ୨୨ ତାରିଖ ଦିନ ନାବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ସୁନିଲ ତାଙ୍କୁ ଡାକିଥିଲା । ପରେ ବାଇକ୍‌ରେ ବସେଇ ବୁଲେଇ ନେବାକୁ କହିଥିଲା । ନାବାଳିକା ଜଣକ ତାଙ୍କ ବାଇକ୍‌ରେ ବସିବା ପରେ ଅଭିଯୁକ୍ତ ଜଣକ ନାବାଳିକାକୁ ସିଟି ରୋଡ୍‌ରେ ଥିବା ଏକ ଲଜ୍‌କୁ ନେଇଯାଇଥିଲା । ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ୨୩ ତାରିଖ ଦିନ ସକାଳେ ଛାଡିଥିଲା । ନାବାଳିକା ଜଣକ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିବା ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତ ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏକ ପଲସର ବାଇକ୍ ଜବତ କରିଛି କୁମ୍ଭାରପଡ଼ା ଥାନା ପୋଲିସ ।