LIVE TV

‘ଅନେକ ସମସ୍ୟା ଭିତ​‌ରେ ରହିଛନ୍ତି ନୂଆପଡ଼ା ଜନସାଧାରଣ’; ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଲେ ପିସିସି ସଭାପତି

NEWS7
Bhakta Charan Das

ମାଥିଲି: ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣାକୁ ନେଇ ଜାରି ରହିଛି ଉତ୍କଣ୍ଠା। କେବେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚଳାଇଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନଥିଲେବି, ପ୍ରମୁଖ ତିନି ଦଳ ନିର୍ବାଚନରେ ବିଜୟୀ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏହାରି ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ‘‘ବର୍ତ୍ତମାନ ସେଠାରେ ଜନସାଧାରଣଙ୍କ ପାଇଁ ବହୁତ ସମସ୍ୟା ରହିଛି। ସାଂସଦ ଥିବାବେଳେ ବହୁତ କିଛି ପ୍ରକଳ୍ପ ହୋଇଥିଲା। ଏହା ସହ ସୁନାବେଡ଼ାରେ ପାଞ୍ଚଟି ପଞ୍ଚାୟତ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ହାତକୁ ନେଇଥିଲେ। ସ୍ବାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବା ସହ ଜାତୀୟ ରାଜପଥ ନିର୍ମାଣରେ ତାଙ୍କ ଅବଦାନ ରହିଛି। ଯାହା ଲୋକଙ୍କ ମନରେ ଏବେ ମଧ୍ୟ ସ୍ମୃତି ହୋଇ ରହିଛି। ’’

ସେ ଆହୁରି କହିଛନ୍ତି, ଲୋକଙ୍କ ଅସୁବିଧା ମଧ୍ୟ ରହିଛି ଯଥା, ଜଳସେଚନ, ବେକାରୀ ସମସ୍ୟା, ନରେଗା ଯୋଜନାର ସଫଳ ରୂପାୟନ ନହେବା ଯୋଗୁ ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇଛି, ଗ୍ରାମାଞ୍ଚଳରେ ମେଡିକାଲ ଅବସ୍ଥା ଖରାପ, ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ଯୋଜନା ସବୁକୁ ମୁଦ୍ଦା କରି କଂଗ୍ରେସ, ନୂଆପଡ଼ା ନିର୍ବାଚନ ମଇଦାନକୁ ଓହ୍ଲାଇବ, ଆଉ ବିଜୟ ଲାଭ କରିବ ବୋଲି ଦୃଢ଼ୋକ୍ତି ରଖିଛନ୍ତି ଭକ୍ତ ଦାସ।

ସୂଚନାଥାଉକି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଜୟ ହାସଲ କରିଥିଲେ। ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପରାଜିତ ହୋଇଥିଲେ। ସେହିଭଳି ବିଜେପିର ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସକୁ ଚତୁର୍ଥ ସ୍ଥାନ ମଳିଥିଲା। ତେବେ ଗତ ୮ ତାରିଖ ଦିନ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି।