ଇରାନ୍‌ ଆକ୍ରମଣରେ ଆମେରିକା କେତେ ଖର୍ଚ୍ଚ କଲାଣି ? ୪ ସପ୍ତାହ ଲଢିଲେ କେତେ ଅର୍ଥ ଦରକାର କରିବେ ଟ୍ରମ୍ପ ?

NEWS7
odisha-govt-lunch-e-pass-for-people-traveling-out-of-odiha

ନୂଆଦିଲ୍ଲୀ: ଦୀର୍ଘ ଦିନର ଉତ୍ତେଜନା ଏବଂ ମୁହାଁ ମୁହିଁ ସ୍ଥିତି ପରେ ଶନିବାର ଦିନ ସିଧାସଳଖ ଯୁଦ୍ଧରେ ପରିଣତ ହୋଇଛି । ପୁଣି ଥରିଛି ମଧ୍ୟପ୍ରାଚ୍ୟ । ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଆକାଶ ମାର୍ଗରୁ ଆକ୍ରମଣ କରି କେବଳ ଇରାନ୍ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନିଙ୍କୁ ହତ୍ୟା କରିନାହାନ୍ତି, ୩୦ରୁ ଅଧିକ ବରିଷ୍ଠ ନେତା ଓ ଅଫିସିଆଲ୍ଙ୍କୁ ମାରିଛନ୍ତି । ଖାମେନିଙ୍କ ପତ୍ନୀ, ଝିଅ, ଜ୍ବାଇଁ ଓ ନାତି ବି ନିହତ । ଇରାନ୍ ମଧ୍ୟ ରକ୍ତ ମୁଖା ।ପ୍ରତିଶୋଧ ନିଆଁରେ ଜଳୁଛି ଇସଲାମିକ ରିପବ୍ଲିକ ।ଇସ୍ରାଏଲ୍ ଉପରେ ଆକ୍ରମମ ସହ ଭୂମଧ୍ୟ ସାଗରରେ ଥିବା ଆମେରିକୀୟ ନୈାଜାହାଜ ଉପରେ କରିଛି ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ । ତା ସହ ଉପସାଗରୀୟ ଅଞ୍ଚଳର ବିଭିନ୍ନ ଦେଶରେ ଥିବା ଆମେରିକୀୟ ସାମରିକ ଘାଟି, ଦୂତାବାସକୁ ବି କରିଛି ଆକ୍ରମଣ । ଏହାସହ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ତୈଳପରିବହନର ମୁଖ୍ୟ ପଥ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଛି ଇରାନ୍ । କହିଛି ଏହି ପ୍ରଣାଳୀ ଦେଇ। ଯେଉଁ ବି ଜାହାଜ ଆସିବ ତା ଉପରେ ହେବ ଆକ୍ରମଣ । ତେବେ ଇରାନ୍ର ଏହି ଆଭିମୁଖ୍ୟ ଦେଖି ଆହୁରି କଠୋର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇରାନ୍ ବିରୋଧରେ ଯୁଦ୍ଧ ୪ ସପ୍ତାହ ଚାଲିବ ବୋଲି ଚେତାଇଛନ୍ତି । ତେବେ ମଧ୍ୟପ୍ରାଚ୍ୟରେ ଆମେରିକା କେତେ ଦିନ ଲଢି ପାରିବ ଏବଂ ଏହି ଲଢେଇରେ କେତେ ଅର୍ଥ ଖର୍ଚ୍ଚ କରିବ ୱାଶିଂଟନ୍ ?

ଅପରେସନଏପିକ୍ ଫ୍ୟୁରି

ଏପିକ ଫ୍ୟୁରିରେ ଟ୍ରମ୍ପଙ୍କୁ କେତେ କୋଟି ଡଲାର ବରବାଦ କରିବାକୁ ହେବ । ଇରାନ ଆକ୍ରମଣର କିଛି ସମୟ ପରେ ଟ୍ରୁଥ ସୋସିଆଲ୍ରେ ଏକ ୮ ମିନିଟ୍ର ଭିଡିଓରେ ଟ୍ରମ୍ପ ଥାହାର ସୂଚନା ଦେଇଥିଲେ । ଇରାନ୍ ଉପରେ ଆକ୍ରମମକୁ ଅପରେସନ ଏପିକ ଫ୍ୟୁରି ନାମ ଦେଇଥିଲା ଫେଣ୍ଟାଗନ୍ । ଇରାନ୍ର ଆଣବିକ ଶକ୍ତି ହାସଲ ସ୍ବପ୍ନକୁ ଚୁରମାର କରକିବା ଏବଂ ମିସାଇଲ୍ ପ୍ରୋଗ୍ରାମ୍କୁ ଧୂଳିସାତ କରିବା ହିଁ ଆମେରିକା ଏବଂ ଇସ୍ରାଏଲ୍ର ଲକ୍ଷ୍ୟ , ସେଥିଲାଗି ଅପରେସନଏପିକ୍ ଫ୍ୟୁରି । ଏହା ମଧ୍ୟରେ ଇରାନ୍ର ୧୨୫୦ରୁ ଅଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରିସାରିଛନ୍ତି ଇସ୍ରାଏଲ୍ ଏବଂ ଆମେରିକା । ୧୧ ରୁ ଅଧିକ ଇରାନୀୟ ଜାହାଜକୁ ବି ଟାର୍ଗେଟ୍ । ଇରାନ୍ର ସାମରିକ ବଙ୍କର, ଆଣବିକ ପ୍ରତିଷ୍ଠାନକୁ କରିଛନ୍ତି ଆକ୍ରମଣ । ଖାମେନୀ , ତାଙ୍କ ପରିବାର ସଦସ୍ୟ ସହ ଅନେକ ମ-ତାହତ। ରେଡକ୍ରସ ସୂଚନା ଅନୁଯାୟୀ ୧୩୦ ସ୍ଥାନରେ ଆକ୍ରମଣରେ ୫୫୫ରୁ ଅଧିକ ମୃତ୍ୟୁ ଘଟିସାରିଲାଣି ।

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦୁଇ ବର୍ଷରେ ଆମେରିକା ଦେଲାଣି କେତେ?

କିନ୍ତୁ ଏହି ଯୁଦ୍ଧରେ ଖର୍ଚ୍ଚ କେତେ ? ମଧ୍ୟପ୍ରାଚ୍ୟ ଏବେ ନୁହେଁ କେବେଠୁ ଅଶାନ୍ତ । ସେପଟେ ଗାଜାରେ ଇସ୍ରାଏଲ୍ର ଆକ୍ରମଣ ଥମୁନି । ସିରିଆରେ ଯୁଦ୍ଦ, ଲେବାନନ୍ ଉପରେ ଆକ୍ରମଣ । ୨୦୨୩ରୁ ଇସ୍ରାଏଲ୍କୁ ସାମରିକ ସହାୟତା ସହ ମଧ୍ୟପ୍ରାଚ୍ୟରେ ବିଭିନ୍ନ ବିବାଦର ଆମେରିକା ବିପୁଳ ଅର୍ଥ ଖର୍ଚ୍ଚ କରିସାରିଲାଣି । ବ୍ରାଉନ ଯୁନିଭରସିଟିର ଏକ ରିପୋର୍ଟ ଅନୁଯାୟୀ ୨୦୨୩ ମସିହା ଅକ୍ଟୋବର ୭ ତାରିକ ଠାରୁଏ ଭିତରେ ଇସ୍ରାଏଲ୍କୁ ଆମେରିକା ୨୧.୭ ବିଲିୟନ ଡଲାରର ଶାମରିକ ସହାୟାତା ଦେଇଛି ।ଏହା ସହ ୟେମେନ୍, ଇରାନ୍ ଏବଂ ମଧ୍ୟପ୍ରାଚ୍ୟର କିଛି ଅଞ୍ଚଳରେ ଇସ୍ରାଏଲ୍ର ସାମରିକ କାର୍ୟ୍ୟାନୁଷ୍ଠାନକୁ ଆମେରିକାର ସହାୟତା ପରିମାଣ ୯.୬୫ ବିଲିୟନ ଡଲାରରୁ ୧୨.୦୭ ବିଲିୟନ ଡାଲାର ହେବ ।

ଆକାଶ ସହ ଜଳ,ସ୍ଥଳରୁ ବି ଆକ୍ରମଣ

ଆମେରିକା ଏବଂ ଇସ୍ରାଏଲ୍ ତିନି ପଟୁ କରୁଛନ୍ତି ଇରାନ୍କୁ ଆକ୍ରମଣ । କିଛି ରିପୋର୍ଟ ଅନୁଯାୟୀ, ଅପରେସନ୍ ଏପିକ ଫ୍ୟୁରୀରେ ଆକାଶ, ଜଳ ଏବଂ ସ୍ଥଳ ଭାଗରୁ ୨୦ ଟି ୱିପନ୍ ସିଷ୍ଟମ୍ରେ ଆକ୍ରମଣ କରାଯାଇଛି । ଏହାସହ ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥାର ବି ବ୍ୟବହାର କରୁଛନ୍ତି ଆମେରିକା -–ଇସ୍ରାଏଲ୍ । ହଜାରେରୁ ଅଧିକ ଟାର୍ଗେଟ୍ରେ ବୋମା, ମିସାଇଲ୍ ମାଡ କରିଛନ୍ତି । ତାସହ ଇରାନ୍ର ଡ୍ରୋନ୍ର ମୁକାବିଲା କରିବାକୁ ସକ୍ରିୟ ରହିଛି ସିଷ୍ଟମ । ବି-ୱାନ୍ ବମର ସହିତ ବି-ଟୁ ବମ୍ର ବ୍ୟବହାର କରି ଆମେରିକା ବାୟୁସେନା ଇରାନ୍ର ଆଣବିକ ପ୍ରତିଷ୍ଠାନ ଉପରେ ବୋମା ବର୍ଷା କରୁଛି । ଏହା ସହ ଏଫ୍-୩୫ , ଏଫ୍-୨୨, ଏଫ୍-୧୫, ଏଫ୍-୧୬, ଏଫ୍/ ଏ-୧୮ ସୁପର ହରନେଟ୍, ଇଏ-୧୮ ଜି ଆଦି ବିଭିନ୍ନ ଫାଇଟର ବିମାନର ବିଭିନ୍ନ ଭ୍ୟାରିଏଣ୍ଟକୁ ବ୍ୟବହାର କରୁଛି ଆମେରିକା। ଏସବୁ ବିମାନକୁ ମୁକାବିଲା କରିବା ଇରାନ୍ ପାଇଁ ସହଜ ହେଉନି । ଏହା ସହ ଶକ୍ତିଶାଳୀ ଡ୍ରୋନ୍ ଏବଂ ମିସାଇଲ୍ ପ୍ରତିରକ୍ଷା ସିଷ୍ଟମ୍ର ଉପଯୋଗ କରୁଛନ୍ତି ଇସ୍ରାଏଲ୍ – ଆମେରିକା । ଏସବୁ ବ୍ୟତୀତ ଭୂମଧ୍ୟ ସାଗର ଅଞ୍ଚଳରେ ଥିବା USS Gerald R Ford and USS Abraham Lincoln: ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଟ ଏବଂ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନରୁ ଫାଇଟର ଜେଟ୍ ଏବଂ ଡ୍ରୋନ୍ ଆଦି ଇରାନ୍ର ଠିକଣା ଉପରେ କରୁଛନ୍ତି ଆକ୍ରମଣ ।

ଏହି ଯୁଦ୍ଧରେ ଆମେରିକାର କେତେ ଖର୍ଚ୍ଚ ହେଉଛି?

ଯୁଦ୍ଧ ଚାଲିଥିବାରୁ ଖର୍ଚ୍ଚ ଆକଳନ କରିବା ଏତେ ଶିଘ୍ର ସମ୍ଭବ ନୁହେଁ । କାରଣ ଯୁଦ୍ଧ କେତେ ଦିନ ଚାଲିବ ତାହା ଆକଳନ କରିବା ବି ମୁସ୍କିଲ୍ । ତେବେ କିଛି ଏଜେନ୍ସିର ଖବର ଭିତ୍ତିରେ ଏହି ଖର୍ଚ୍ଚ କିଛି କୋଟି ଡଲାର ହେବା ଆକଳନ କରାଯାଉଛି । ଏକ ଖବର ଅନୁଯାୟୀ ୨୮ ତାରିଖ ଆରମ୍ବ ହୋଇଥିବା ଏହି ଯୁଦ୍ଧ ଅପରେସନ ଏପିକ୍ ଫ୍ୟୁରି ରେ ପ୍ରଥମ ୨୪ ଘଣ୍ଟାରେ ପାଖାପାଖି ୭୭୯ ନିୟୁତ ଡଲାର ହେବ । ତାହା ଆମ ହିସାବରେ ୭ ହଜାର କୋଟି ଟଙ୍କାରୁ ଅଧିକ ହେବ । ତେବେ ଏହି ଅର୍ଥ ଅନ୍ୟସବୁ ସିଷ୍ଟମ, ପ୍ରସ୍ତୁତି ଆଦିକୁ ନେଇ କରାଗଲେ ତାହା ଦୁଇଗୁଣା ଠାରୁ ଢେର ଅଧିକ ହୋଇପାରେ । କାରଣ ଏକ ରିପୋର୍ଟ ଅନୁଯାୟୀ ଆକ୍ରମଣ ପୂ୍ର୍ବ ପ୍ରସ୍ତୁତି, ବ୍ୟବସ୍ଥା, ପାଇଟର ଜେଟ୍ ଏବଂ ବିମାନ ଆଦିର ରିପୋଜିସନିଂ, ବିଭିନ୍ନ ନୌଣତରୀ ମୁତୟନ, ଆଞ୍ଚଳିକ ବ୍ୟବସ୍ଥା ତଥା ଢାଞ୍ଚା ପ୍ରସ୍ତୁତି ଇତ୍ୟାଦିରେ ପାଖାପାଖି ୬୩୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିବ । ବର୍ତ୍ତମାନ ଚାଲିଥିବା ଯୁଦ୍ଧରେ ନିୟୋଜ ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡ ଭଳି ଗୋଟିଏ ଆମେରିକୀୟ ରଣତରୀର ଦିନକୁ ପାଖାପାଖି ଖର୍ଚ୍ଚ ୬.୫ ନିୟୁତ ଡଲାର ହେବ । ଡ୍ରୋନ୍, ମିସାଇଲ୍ ଖର୍ଚ୍ଚ । ଏହା ପରେ ଏଭିଳି ସବୁ ସାମରିକ ବ୍ୟବସ୍ଥା, ସୌନ୍ୟ ଖର୍ଚ୍ଚ ଆକଳନ କଲେ ତାହା ବିଲିୟନ ଡଲାର ଛୁଇଁପାରେ । ଏହି ହିସାବରେ ଯଦି ଖର୍ଚ୍ଚ ଜାରି ରୁହେ ଏବଂ ଟ୍ରମ୍ବ ୪ ସପ୍ତାହ ଯୁଦ୍ଧ କରନ୍ତି ତେବେ କେତେ ମିଲିୟନ ଖର୍ଚ୍ଚ କରିବ ଆମେରିକା ? ଯୁଦ୍ଧ ଲାଗି ତୈଳ ଏବଂ ଶକ୍ତି ବଜାର ପ୍ରଭାବିତ , ବଜାର ଏବଂ ଅର୍ଥନୀତି ପ୍ରଭାବିତ । ରକ୍ତପାତ ସାଙ୍ଗକୁ ପ୍ରବଳ ଆର୍ଥିକ ଅନଟନ ମୁହାଁ ବିଶ୍ବ ।