ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ଚର୍ଚ୍ଚା ସରଗରମ ରହିଛି। ଏହାରି ମଧ୍ୟରେ ସରକାର ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ମତ ଲୋଡ଼ିଛନ୍ତି। ୭ ଦିନ ମଧ୍ୟରେ ଇମେଲ, ହେଲ୍ଫଲାଇନ ନମ୍ବର ଜରିଆରେ ସୁଚିନ୍ତିତ ମତ ଦେବା ନିବେଦନ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଇମେଲ୍- [email protected] ଏବଂ ହେଲ୍ପଲାଇନ ନମ୍ବର ୧୮୦୦୩୪୫୬୭୨୨ ଜାରି କରାଯାଇଛି।

ସୂଚନାଥାଉକି, ଗତକାଲି ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ମଧ୍ୟ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସେ କହିଥଲେ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ଯୋଜନାର ତଜର୍ମା କରାଯାଉଛି। ପ୍ରଥମେ ସଂଶୋଧିତ ବହିକୁ ଶିକ୍ଷାବିତ ଏବଂ ଜନସାଧାରଣଙ୍କ ମତାମତ ନିମନ୍ତେ ଓସେପା ତଥା ବିଭାଗୀୟ ଓେବସାଇଟରେ ପ୍ରଦାନ କରାଯିବ। କିନ୍ତୁ ନୂଆ ବହି ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକମାନଙ୍କୁ ଦିଆଯାଇ ପାଠପଢ଼ା ଚାଲୁ ରହିବ।

Also Read: ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ, ସମସ୍ତ ବିଇଓଙ୍କୁ କଡ଼ା ନିର୍ଦ୍ଦେଶ