LIVE TV

ବିଧାନସଭା ମୌସୁମୀ ଅଧିବେଶନ, ୫ମ ଦିନରେ ବି ସରଗରମ ରହିପାରେ ଗୃହ

NEWS7
kkk

ଭୁବନେଶ୍ୱର ୨୩।୦୯ :  ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ। ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି। ସୋମବାର ପ୍ରଶ୍ନକାଳ ଅଚଳ ରହିଥିବା ବେଳେ ଅପରାହ୍ନରେ ଗୃହ ଚାଲିଥିଲା। ହେଲେ କଂଗ୍ରେସ କକ୍ଷତ୍ୟାଗ କରିଥିଲା । ଆଜି ପୁଣି ବିଜେଡି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂଙ୍କୁଚିତ ହେବାକୁ ଗୃହରେ ଆରମ୍ଭରୁ ପୁଣି ହଟ୍ଟଗୋଳ କରିପାରେ। ଏପଟେ କଂଗ୍ରେସ ଅନାସ୍ଥା ପ୍ରସ୍ତାବକୁ ନେଇ ପୁଣି ହଟ୍ଟଗୋଳ କରିପାରେ । କାରଣ ବାଚସ୍ପତି ଅନାସ୍ଥା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଯାହାକୁ ଅସନ୍ତୋଷ ଜାହିର କରିବା ସହ କକ୍ଷତ୍ୟାଗ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲା ।