LIVE TV

ପ୍ରଶ୍ନକାଳରେ ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

NEWS7
assembly

ଭୁବନେଶ୍ୱର ୨୨।୦୯ : ସୋମବାର ବି ଗୃହ ଅଚଳ । ଗୋଟିଏ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । କିନ୍ତୁ ତାହା ବି ଅଚଳ । ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିନ ବି ଗୃହ ଅଚଳ । ବିରୋଧୀଙ୍କ ହଟ୍ଟଗୋଳ ଓ ହୋହାଲ୍ଲା ଲାଗି ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ରହିଛି । ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି ରଖିଛନ୍ତି ।

ଓଡ଼ିଶା ବିଧାନସଭାର ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ହେଲେ ପ୍ରଥମ ଦିନରୁ ବିରୋଧୀଙ୍କ ହୋହାଲ୍ଲା ଏବଂ ହଙ୍ଗାମା ଲାଗି ଚାଲିପାରୁନି ଗୃହ । ଯାହାଫଳରେ ବାରମ୍ବାର ବିଧାନସଭାକୁ ମୁଲତବୀ ରଖୁଥିଲେ ବାଚସ୍ପତି । ବିଜେଡି ସାର ପ୍ରସଙ୍ଗ ନେଇ ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣି ବିଧାନସଭା ଅଚଳାବସ୍ଥା ଜାରି ରଖିଛନ୍ତି । ଏହିକ୍ରମରେ ରବିବାର ଦିନ ଛୁଟି ପାଇଁ ବନ୍ଦ ରହିଥିଲା ବିଧାନସଭା । ତେବେ ଗୋଟିଏ ଦିନର ଛୁଟି ପରେ ଆରମ୍ଭ ବିଧାନସଭା । ଆଜି ଚତୁର୍ଥ ଦିନରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା ଓ ହଟ୍ଟଗୋଳ କରିଥିଲେ । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି । ​​​​​​​