ମହିଳା ଥାନାରେ OAS ସାର୍ଥକ: କହିଲେ ଅଭିଯୋଗ ଭିତ୍ତିହୀନ, ନ୍ୟାୟ ପାଇଁ ଜାରି ରଖିବି ଲଢେଇ

Published By : Prameya-News7 Bureau | August 01, 2025 IST

ଭୁବନେଶ୍ୱର ୦୧/୦୮: ଶେଷରେ ଥାନାରେ ହାଜର ହେଲେ ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ । 

ତେବେ ଓକିଲଙ୍କ ସହ ମହିଳା ଥାନାକୁ ଆସିଥିବା ସାର୍ଥକଙ୍କୁ ପଚରାଉଚରା କରିଛି ପୋଲିସ । ୨ ଦିନର ଶିଶୁପୁତ୍ର ଏବଂ ପତ୍ନୀଙ୍କୁ ମେଡିକାଲରେ ଛାଡି ସୌରଭ ଫେରାର ହୋଇଯାଇଥିଲେ । ଏନେଇ ଗତ ମଙ୍ଗଳବାର ମହିଳା ଥାନା ଅଭିଯୋଗ କରିଥିଲେ ପତ୍ନୀ ଅର୍ଚ୍ଚନା ଦାଶ । 


ସେପଟେ ହାଜର ପରେ ମୁହଁ ଖୋଲିଛନ୍ତି ଓଏଏସ୍ ଅଧିକାରୀ । କହିଛନ୍ତି ଅତୁଲ ସୁଭାଷ ନୁହେଁ ଡରିବିନି । ସେମିତି କିଛି ପଦକ୍ଷେପ ନେବିନି । ମୁଁ ଫାଇଟ କରିବାକୁ ରାଜି ଅଛି । ପତ୍ନୀଙ୍କ ସମସ୍ତ ଅଭିଯୋଗ ଭିତ୍ତୀହିନ କହିଲେ ଓଏଏସ୍ ବାବୁ । କହିଛନ୍ତି ଦରକାର ପଡିଲେ କୋର୍ଟଙ୍କ ଜରିଆରେ ପୁଅକୁ ଦେଖା କରିବାକୁ ଯିବି । 

୨୪ ଘଣ୍ଟା ବିତିଲା, ନ୍ୟାୟରୁ ବଞ୍ଚିତ ଓଏଏସଙ୍କ ପତ୍ନୀ; ପୋଲିସ ଉପରେ ପଡ଼ୁଛି କି ଚାପ ?

ଗୁରୁବାର ପୀଡିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏହା ସହିତ ଓଏଏସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମହିଳା ଥାନା ପୋଲିସ । ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୋଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା । ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି । ସେନେଇ ପଚାରି ବୁଝିଛି ପୋଲିସ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.