୨୪ ଘଣ୍ଟା ବିତିଲା, ନ୍ୟାୟରୁ ବଞ୍ଚିତ ଓଏଏସଙ୍କ ପତ୍ନୀ; ପୋଲିସ ଉପରେ ପଡ଼ୁଛି କି ଚାପ ?

Published By : Prameya-News7 Bureau | July 31, 2025 IST

ଭୁବନେଶ୍ଵର: ୨୪ ଘଣ୍ଟା ବିତିଲା । ହେଲେ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ ଓଏଏସଙ୍କ ପତ୍ନୀ । ପୀଡିତାଙ୍କ ବିଏନଏସ ଧାରା- ୩୮୦ ରେ ବୟାନ ରେକର୍ଡ କରିଛି ପୋଲିସ । ଏହା ସହିତ ଓଏଏସ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ମହିଳା ଥାନା ପୋଲିସ । ତେବେ କାହା ଚାପରେ ଓଏଏସ ଅଧିକାରୀଙ୍କୁ ଡାକି ପଚରାଉଚୁରା କରାଯାଇନାହିଁ । ପୋଲିସ କଣ ଓଏଏସ ଅଧିକାରୀଙ୍କ ପାଖରେ ପହଁଚିବାକୁ କୌଣସି ଚାପରେ ଅଛି କି ?

ଦୁଇ ଦିନର ଶିଶୁ ଓ ମା’କୁ ହସ୍ପିଟାଲରେ ଛାଡ଼ି ସ୍ବାମୀ ଫେରାର । ତିନି ମାସ ବିତିଲାଣି ହେଲେ ସ୍ବାମୀଙ୍କ ଦେଖା ମିଳୁନାହିଁ ।କେବଳ ପତ୍ନୀଙ୍କୁ ନୁହେଁ, କଅଁଳା ଶିଶୁକୁ ବି ଦେଖିବାକୁ ଆସୁନାହାନ୍ତି ଓଏଏସ ସ୍ବାମୀ । ସେଥିପାଇଁ ପୀଡ଼ିତା ବାଧ୍ୟ ହୋଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେପଟେ ୨୪ ଘଣ୍ଟା ବିତିଯାଇଥିଲେ ବି ଆକ୍ସନ ଜିରୋ । କାରଣ ସ୍ବାମୀ ଜଣେ ଓଏଏସ ଅଧିକାରୀ, ତାଙ୍କ ଭାଇ ବି ପୋଲିସ ବିଭାଗର ଜଣେ ଅତିରିକ୍ତ ଏସପି । ଏହି ପ୍ରଶ୍ନ ଉଠୁଛି ପୋଲିସ କୌଣସି ଚାପରେ ଅଛି କି ? ମହିଳା ଥାନା ପୋଲିସ ପୀଡ଼ିତାଙ୍କ  ବିଏନଏସ ୩୮୦ ଧାରାରେ ବୟାନ ରେକର୍ଡ କରିବା ସହ ଏତଲାକୁ ପଞିକରଣ କରି ତାର କପି ମହିଳାଙ୍କୁ ଦେଇଛି। 

ଏହାରି ଭିତରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଓକିଲଙ୍କୁ ସାକ୍ଷାତ କରିଥିଲେ । ଓଏଏସ ସ୍ବାମୀ କୁଆଡ଼େ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ବାରସ୍ଥ କଥା ସୁଣିବାକୁ ପାଇଛନ୍ତି। ମହିଳା ଜଣକ ମଧ୍ୟ ସରକାରୀ ଚାକିରିଆ।ସେ ବାଲିପାଟମା ବ୍ଲକରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଶାଶୂ ଓ ନଣନ୍ଦ ତାଙ୍କ ବାଟରେ କଣ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.