ସେପ୍ଟେମ୍ବର ୯ରେ ଉପ-ରାଷ୍ଟ୍ରପତି ନିର୍ବାଚନ, ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ତାରିଖ

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ,୦୧/୦୮: ସେପ୍ଟେମ୍ୱର ୯ରେ ଉପ-ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୧ ନାମାଙ୍କନର ଶେଷ ତାରିଖ । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ। ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ଭୋଟ୍‌ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।  

୨୩୩ ରାଜ୍ୟସଭା ସାଂସଦ, ୧୨ ରାଜ୍ୟସଭା ମନୋନୀତ ସାଂସଦ ଏବଂ ୫୪୩ ଲୋକସଭା ସାଂସଦ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଭୋଟ ଦେବେ । ଜଗଦୀପ ଧନଖଡ ଇସ୍ତଫା ପରଠାରୁ ଏହି ପଦବୀ ଖାଲି ପଡ଼ିଛି। ସେବେଠାରୁ ସାରା ଦେଶ ଉପରାଷ୍ଟ୍ରପତିଙ୍କ ନିର୍ବାଚନ କେବେ ହେବ । ଏହି ପଦବୀରେ କିଏ ରହିବେ ତାହା ଜାଣିବାକୁ ଅପେକ୍ଷା କରିଥିଲା। 

ଶୁକ୍ରବାର ନିର୍ବାଚନ କମିଶନ କହିଛନ୍ତି ଯେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଜୁଲାଇ ୨୧ ତାରିଖରେ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଦେବା ଯୋଗୁଁ ଭାରତର ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.