ଭୁବନେଶ୍ୱର ୦୧/୦୮: ଦାୟିତ୍ୱ ଅନେକ, ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ନିଜ ପାଇଁ କିଛି ସମୟ କାଢିବା ଯେତିକି କଷ୍ଟ ସେତିକି ଚ୍ୟାଲେଞ୍ଜିଂ । ତଥାପି ନିଜ ଶରୀର, ନିଜ ଦକ୍ଷତା ଏବଂ ନିଷ୍ଠା ବୃଦ୍ଧି ଲାଗି ଶାରିରୀକ ଫୁର୍ତ୍ତି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏକ ସଂଗଠିତ ଏବଂ ସମସ୍ତ ଦିଗକୁ ଗୁରୁତ୍ୱ ସହ ଜୀବନଶୈଳୀ ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ ।
ଏହା ହିଁ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତାର ମୁଖ୍ୟ ଚାବିକାଠି । ଆଉ ଏହାକୁ ଯଥାର୍ଥ ଭାବେ ଅନୁସରଣ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶ୍ଚିତ ଭାବେ ଗୁରୁତ୍ୱ ଦେଇଥାନ୍ତି ।ଏହାର ଏକ ପ୍ରମାଣ ଭାବେ ଏହି ଭିଜୁଆଲକୁ ନିଆଯାଇପାରେ । ଭିଜୁଆଲଟି ହେଉଛି ଧାନବାଦ IIT(ISM) ପରିସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାତଃଭ୍ରମଣର ।
ଧାନବାଦକୁ ଏକ କାର୍ଯ୍ୟକ୍ରମ ପାଇଁ ଆସିଥିବା ସମୟରେ ଏହି ପ୍ରାତଃଭ୍ରମଣର ଚିତ୍ର ସାମ୍ନାକୁ ଆସିଛି । ନିଜ X ହ୍ୟାଣ୍ଡେଲରେ ସେୟାର ମନ୍ତ୍ରୀ ଏହାକୁ ସେୟାର କରିଛନ୍ତି । ୟୁଜର୍ସମାନେ ଏହା ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଜଣେ ସଫଳ ବ୍ୟକ୍ତିଙ୍କ ପାଇଁ ସୁସ୍ଥ ଏବଂ ଶାରିରୀକ ଦକ୍ଷତାର ଗୁରୁତ୍ୱ ବଖାଣିଛନ୍ତି । ନିଜକୁ ଫିଟ୍ ରଖିବାକୁ ହେଲେ କେମିତି ଜୀବନଶୈଳୀ ବଞ୍ଚିବାକୁ ହୁଏ ସେ ପ୍ରମାଣ କରି ଦେଖାଇଛନ୍ତି ।