ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନଙ୍କ ନାଁ ଘୋଷଣା କରାଯାଇଛି । ଯବାନ ଫିଲ୍ମ ପାଇଁ ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯିବ । ଏହା ଶାହରୁଖ ଖାନଙ୍କ ପ୍ରଥମ ଜାତୀୟ ପୁରସ୍କାର ହେବ । ଭାରତୀୟ ସିନେମାରେ ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥାଏ । ଅଭିନୟ, ନିର୍ଦ୍ଦେଶନା, ସଙ୍ଗୀତ ଏବଂ ପ୍ରଯୋଜନା ଭଳି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର । ଜୁରିମାନେ ଶୁକ୍ରବାର ଅପରାହ୍ନ ୪ଟାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ, ନୂଆଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟରରେ ଜୁରି ସଦସ୍ୟମାନେ ଆନୁଷ୍ଠାନିକ ଭାବରେ ବିଭିନ୍ନ ବର୍ଗରେ ବିଜେତାଙ୍କ ନାମ ଘୋଷଣା କରିଥିଲେ ।
କୋଭିଡ୍ ମହାମାରୀ ଯୋଗୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ବିଳମ୍ବିତ ହେଉଛି । ୨୦୨୪ରେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ଦିଆଯାଇଥିଲା । ଏବେ ଏହି ବର୍ଷ ସେହି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ଦିଆଯିବ ଯାହା ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା ।
ଯବାନ ଫିଲ୍ମ ପାଇଁ ଶାହରୁଖ ଖାନ ଓ 12th ଫେଲ୍ ପାଇଁ ବିକ୍ରାନ୍ତ ମାସେଙ୍କ ଶ୍ରେଷ୍ଠ ଅଭିନେତା ଘୋଷଣା କରାଯାଇଛି । ସେହିପରି ରାଣୀ ମୁଖର୍ଜୀ 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । 'କଠଲ୍' ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ।
ଶ୍ରେଷ୍ଠ ଅଭିନେତ୍ରୀ - ରାଣୀ ମୁଖାର୍ଜୀ
ଶ୍ରେଷ୍ଠ ଅଭିନେତା - ଶାହାରୁଖ ଖାନ, ବିକ୍ରାନ୍ତ ମାସେ
ଶ୍ରେଷ୍ଠ ହିନ୍ଦୀ ସିନେମା-କଟହଲ୍
ଶ୍ରେଷ୍ଠ ଫିଚର୍ ଫିଲ୍ମ-12th ଫେଲ୍
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ପୁଷ୍କରା
ଶ୍ରେଷ୍ଠ ତାଇ ଫେକ ଫିଲ୍ମ - ପାଏ ଟାଙ୍ଗ୍
ଶ୍ରେଷ୍ଠ ଗାରୋ ଚଳଚ୍ଚିତ୍ର - ରିମଡୋଗିଟାଙ୍ଗା
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର - ଭାଗବନ୍ତ କେସରୀ
ଶ୍ରେଷ୍ଠ ତାମିଲ ଫିଲ୍ମ - ପାର୍କିଂ
ଶ୍ରେଷ୍ଠ ପଞ୍ଜାବୀ ଚଳଚ୍ଚିତ୍ର - ଗୋଡେ ଗୋଡେ ଚା
ଶ୍ରେଷ୍ଠ ମରାଠୀ - ଶ୍ୟାମଚି ଆଇ
ଶ୍ରେଷ୍ଠ କନ୍ନଡ ଫିଲ୍ମ – କଣ୍ଡିଲୁ
ଶ୍ରେଷ୍ଠ ବେଙ୍ଗଲି ଫିଲ୍ମ- ଡିପ୍ ଫ୍ରିଜ୍