ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ କାହାଠୁ ଆଗରେ? ସାମ୍ନାକୁ ଆସିଲା NYT ଓ ସିଏନା ସର୍ଭେ ରିପୋର୍ଟ

Published By : Prameya-News7 Bureau | April 16, 2024 IST

ନ୍ୟୁୟର୍କ ୧୬।୪: ଦେଶର ଦିଶା, ଅର୍ଥ ବ୍ୟବସ୍ଥା ଓ ବୟସକୁ ନେଇ ସନ୍ଦେହ ଥିଲେ ହେଁ ଆମେରିକୀୟ ପୁଣି ଥରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପଛରେ ପୁଣି ଏକଜୁଟ ହେବାକୁ ଲାଗିଲେଣି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକପ୍ରିୟତାରେ ବୃଦ୍ଧି ହୋଇଛି। ଏହା ନ୍ୟୁୟର୍କ ଟାଇମସ ଓ ସିଏନା ପୋଲ ସର୍ଭେର ସଦ୍ୟତମ ରିପୋର୍ଟରୁ ଜଣାପଡିଛି। 

ଏହି ସର୍ଭେର ଦୁଇ ମାସ ପୂର୍ବରୁ କରାଯାଇଥିବା ସର୍ଭେକ୍ଷଣରେ ଶାସକ ଓ ବିପକ୍ଷ ନେତାଙ୍କ ମଧ୍ୟରେ ମାତ୍ର ୫ ପ୍ରତିଶତର ଅନ୍ତର ଥିଲା। ଯାହା ଏବେ ମାତ୍ର ୧ ପ୍ରତିଶତରେ ସୀମିତ ହୋଇଯାଇଛି। ଏହି ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରା ଯାଇଥିଲା ‘ଆଜି ରାଷ୍ଟ୍ରପତି ନିର୍ବାଚନ ହେଲେ କାହାକୁ ଭୋଟ ଦେବେ?’  ଫେବୃଆରୀରେ ୪୮ ପ୍ରତିଶତ ଲୋକେ ଟ୍ରମ୍ପ ଓ ୪୩ ପ୍ରତିଶତ ଲୋକେ ବାଇଡେନଙ୍କୁ ସମର୍ଥନ କରିଥିଲେ। ହେଲେ ନୂଆକରି ହୋଇଥିବା ସର୍ଭେରେ ଟ୍ରମ୍ପଙ୍କ ସପକ୍ଷରେ ୪୬ ପ୍ରତିଶତ ଲୋକେ ଥିବା ବେଳେ ବାଇଡେନଙ୍କ ସମର୍ଥନରେ ୪୫ ପ୍ରତିଶତ ଲୋକେ ବାହାରିଛନ୍ତି। 

ରାଷ୍ଟ୍ରପତି ବାଇଡେନ ଏମିତିରେ ଲୋକପ୍ରିୟ  ହୋଇଥିବା ବେଳେ ଡେମୋକ୍ରାଟ ଭୋଟରଙ୍କ ମଧ୍ୟରେ ମଧ୍ୟ ବେଶ୍ ପପୁଲାର ଅଛନ୍ତି। ଏହି ସର୍ଭେ ଟ୍ରମ୍ପଙ୍କ ଅପରାଧିକ ମୋକଦ୍ଦମାର ଠିକା ପୂର୍ବରୁ ଆସିଛି, ଯାହା କୌଣସି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରଥମ ମକଦ୍ଦମା। ୮୯ ପ୍ରତିଶତ ଡେମୋକ୍ରାଟ ଆଜି ଭୋଟ ହେଲେ ସେମାନେ ସେମାନେ ବାଇଡେନଙ୍କୁ ଭୋଟ ଦେବେ ବୋଲି କହିଛନ୍ତି। ତେବେ ଫେବୃଆରୀରେ ଏହି ହାର ୮୩ ପ୍ରତିଶତ ଥିଲା। ଏହା ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଦୃଷ୍ଟିରୁ ନବୀନତମ ସର୍ଭେ। ଯେଉଁଠି ଉଭୟ ନେତା ନିର୍ବାଚନ ଅଭିଯାନରେ ବେଶ୍ ପାଖାପାଖି ଅଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.