ଲଞ୍ଚ ହେଲା Oppo K14x 5G ସ୍ମାର୍ଟଫୋନ୍, ବଜେଟ୍ ସେଗମେଣ୍ଟରେ ରହିଛି ଭଳିକି ଭଳି ଫିଚର୍ସ

NEWS7
ntpc-dgm-kumar-gaurav-shot-dead-in-jharkhand

ନୂଆଦିଲ୍ଲୀ: ମଙ୍ଗଳବାର Oppo ଇଣ୍ଡିଆ ଏହାର ନୂଆ ବଜେଟ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। K ସିରିଜ୍ ଲାଇନ୍ ଅପ୍ରେ ଲଞ୍ଚ ହୋଇଥିବା ଏହି ନୂଆ ସ୍ମାର୍ଟଫୋନ୍ର ନାଁ ରହିଛି Oppo K14x 5G । ଏହି ସ୍ମାର୍ଟଫୋନରେ ବ୍ୟାଟେରୀ କ୍ଷମତା, ଡିସପ୍ଲେ ରିଫ୍ରେଶ ରେଟ୍ ଏବଂ ସିଷ୍ଟମ ପରଫରମାନ୍ସ ଉପରେ ଧ୍ୟାନ ଦେଇଛି।

ଫୋନର ଫିଚର୍ସ କଥା କହିଲେ ଏଥିରେ ରହିଛି ୧୨୦ Hzର ରିଫ୍ରେଶ ରେଟ୍ ସହ ୬.୭୫ ଇଞ୍ଚ HD+ ଡିସପ୍ଲେ । ଫୋନ୍ IP 64 ଡଷ୍ଟ ଏବଂ ଓ୍ବାଟର ରେସିଷ୍ଟାଣ୍ଟ ରହିଛି। ସେହିଭଳି ଫୋନ୍ରେ ୪୫Wର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ୬୫୦୦ mAh ବ୍ୟାଟେରୀ ରହିଛି। ଫୋନରେ ମିଡିଆଟେକ୍ ଡିମେନସିଟି ୬୩୦୦ ପ୍ରୋସେସର ଦିଆଯାଇଛି।

ଫୋନ୍ର କ୍ୟାମେରା ବିଷୟରେ କହିଥିଲେ ଏଥିରେ ୫୦+ ୨ ମେଗାପିକ୍ସେଲର ଡୁଆଲ କ୍ୟାମେରା ସେଟଅପ୍ ସହ ୫ ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। କ୍ୟାମେରାରେ ଅନେକ ଏଆଇ ଫିଚର୍ସ ମଧ୍ୟ ଗ୍ରାହକଙ୍କୁ ମିଳିବ।

ଫୋନ୍କୁ ଦୁଇଟି କଲର ଅପ୍ସନ ସହ ୨ଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଏହାର ୪+ ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଥିବାବେଳେ, ୬+ ୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୧୬, ୯୯୯ ଟଙ୍କା ରହିଛି । ଫୋନ୍ ଫ୍ରେବୁଆରୀ ୧୬ରେ ବିକ୍ରି ପାଇଁ ଉପଲବ୍ଧ ହେବ।