LIVE TV

ଯୁଦ୍ଧବିରତି ନେଇ ପାକିସ୍ତାନ-ଆଫଗାନିସ୍ତାନ ସହମତ, ଦୋହାଠାରେ ତୁର୍କୀର ମଧ୍ୟସ୍ଥତାରେ ବସିଥିବା ବୈଠକରେ ନିଷ୍ପତ୍ତି

NEWS7
ntpc-dgm-kumar-gaurav-shot-dead-in-jharkhand

ନୂଆଦିଲ୍ଲୀ ୧୯।୧୦; ପାକିସ୍ତାନ ଏବଂ ଆଫଗାନିସ୍ତାନ ତତକାଳ ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି । ଏନେଇ କତାର ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ଉଭୟ ଦେଶ ସୀମାରେ ଉତ୍ତେଜନା ହ୍ରାସ କରିବା ଏବଂ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୁଦ୍ଧବିରତି ନେଇ କତାରର ଦୋହାଠାରେ ତୁର୍କୀର ମଧ୍ୟସ୍ଥତାରେ ବୈଠକ କରାଯାଇଥିଲା । ଗତ ଏକ ସପ୍ତାହ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଦେଖା ଦେଇଛି ଭୟଙ୍କର ସଂଘର୍ଷ । ଏଥିରେ ଉଭ୍ୟ ପକ୍ଷରୁ ଅନେକ ସାଧାରଣ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି । ଏହି ସ୍ଥିତିର ଅନ୍ତ କରିବା ଲାଗି ଏହି ବୈଠକ ବସିଥିଲା । ଆଗକୁ ଆଲୋଚନା ଜାରି ରଖିବାକୁ ଦୁଇ ଦେଶ ଏକମତ ହୋଇଛନ୍ତି ।