ଦେବଗଡ଼ ୧୫।୦୫ : ଦେବଗଡ଼ରେ ଭିକେ ପାଣ୍ଡିଆନ୍ଙ୍କ ସମ୍ବୋଧନ । ଏହି ସଭା ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । ୨୦୧୪ରେ ଦରଦାମ୍ କମ୍ ହେବ ବୋଲି କହିଥିଲା ବିଜେପି । ତେଲ ଦର, ଗ୍ୟାସ୍ ଦର କମିଲା କି ବୋଲି ପ୍ରଶ୍ନ କରିଛନ୍ତି ଭିକେ ପାଣ୍ଡିଆନ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧାନ ଏମ୍ଏସ୍ପି ଦ୍ୱିଗୁଣିତ ହେବ ବୋଲି କହିଥିଲେ । ହେଲେ ଏହା ହେଲା କି ? କୁଚିଣ୍ଡା ଓ ଦେଗବଡ଼ରେ ମୋବାଇଲ୍ ଲାଗୁଛି କି ? ସେହିପରି ପ୍ରଧାନପାଟ ପାଇଁ କୋଟିଏ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦେବଗଡ଼ର ୪ ହଜାର ପିଲାଙ୍କୁ ବୃତ୍ତି ମିଳିଛି । ହେଲେ କେନ୍ଦ୍ରମନ୍ତ୍ରୀ କୌଣସି ପିଲାଙ୍କୁ ବୃତ୍ତି ଦେଇନାହାନ୍ତି । ଲୋକ ବିରୋଧୀ କାମ ବିରୋଧୀଙ୍କ ପରିଚୟ । ଆମ ମୁଖ୍ୟମନ୍ତ୍ରୀଙ୍କ କାମ ଲୋକାଭିମୁଖୀ । ମୁଖ୍ୟମନ୍ତ୍ରୀ ୬ଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ୩ଟି ଦସ୍ତଖତ କରିବେ । ଯେଉଁଥିରେ ପ୍ରଥମ ବିଜୁଳି, ପରେ ବିଏସ୍କେଓ୍ୱାଇ ଏବଂ ମିଶନ ଶକ୍ତ ମହିଳାଙ୍କୁ ପେନ୍ସନ ପାଇଁ ଦସ୍ତଖତ କରିବେ ।