ଝାରସୁଗୁଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ଅର୍ଥମନ୍ତ୍ରୀ

Published By : Prameya-News7 Bureau | May 15, 2024 IST

ଝାରସୁଗୁଡା ୧୫।୫: ଝାରସୁଗୁଡାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ । ବୁଧବାର ଛତିଶଗଡ଼ ଅର୍ଥମନ୍ତ୍ରୀଙ୍କ ସହ ଟଙ୍କଧର ତ୍ରିପାଠୀ ଓ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହ କୋଲାବିରା ବ୍ଲକ ଝିର୍ଲାପାଲି, କିର୍ମିରା ବ୍ଲକ ଭାଲୁପତ୍ରା ଓ ଲଇକେରା ବ୍ଲକ ଭାତଲଇଡାରେ ଭୋଟ୍ ଭିକ୍ଷା କରିଥିଲେ । ଏହି ଅବସରରେ ଓଡ଼ିଶାର ଅସ୍ମିତା ରକ୍ଷା କରିବା ପାଇଁ ଦୃଢ଼ ନିଷ୍ପତ୍ତି ଲୋକେ ନେବେ, ଏଥିପାଇଁ ମାନସିକ ଭାବେ ଭୋଟର ପ୍ରସ୍ତୁତ ବୋଲି ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ କହିଥିବା ବେଳେ ରାଜ୍ୟରେ ବିଜେପି ସରକାର କରିବ ଓ ଝାରସୁଗୁଡାରୁ ବିଜୟ ଯାତ୍ରା ଆରମ୍ଭ ହେବ ବୋଲି ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି । ବିଭିନ୍ନ ସ୍ଥାନରେ ବିଜେପି ନେତାଙ୍କୁ ଲୋକେ ସ୍ୱାଗତ କରି ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।

You Can Read :

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଲେ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.