ବଲାଙ୍ଗିରରେ ରାହୁଲ ଗାନ୍ଧୀଙ୍କ ପ୍ରଚାର, ‘କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ’

Published By : Prameya-News7 Bureau | May 15, 2024 IST

ବଲାଙ୍ଗିର ୧୫।୫: ବଲାଙ୍ଗିରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବଲାଙ୍ଗିରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗଦେଲେ ରାହୁଲ । କୋଶଳ କଳା ମଣ୍ଡଳ ପଡିଆରେ ଉପସ୍ଥିତ ଜନତାଙ୍କୁ ରାହୁଲ ସମ୍ବୋଧିତ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି । । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି ।

ସବୁ କାମ ୨୨ ଜଣ ଆରବପତିଙ୍କ ପାଇଁ କରିଛି ବିଜେପି । ଆରବପତିଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି । ୨୪ ବର୍ଷର ମନରେଗା ଯୋଜନା ଟଙ୍କା ଦେଇଦେଇଛନ୍ତି । କୃଷକ, ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିନାହାନ୍ତି । କୃଷକ ଆତ୍ମହତ୍ୟା କଲେ ବି ଟିଭିରେ ଦେଖାଇବେ ନାହିଁ । ଆପଣଙ୍କ ପାଇଁ ଏହି ସରକାରରେ କିଛି ନାହିଁ । ଆପଣଙ୍କ ପକେଟ୍‌ରୁ କେବଳ GST ଯାଉଛି । କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ । 

ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ ବୋଲି ରାହୁଲ କହିଛନ୍ତି । କଂଗ୍ରେସ ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ । କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ । ପ୍ରତି ମାସ ଗରିବ ପରିବାରର ଜଣେ ମହିଳାଙ୍କୁ ୮,୫୦୦ ଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ।

You Can Read :

ଲଞ୍ଚ୍ ହେଲା 'ମୋ ବୁଥ୍’ ଆପ୍, ସହଜରେ ଜାଣି ହେବ କେଉଁଠି ଦେବେ ଭୋଟ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.