ହିନ୍ଦୋଳ ୧୫।୫: ରାସ୍ତା କଡ଼ରେ ଛିଡା ହୋଇଥିବା କାର୍କୁ ଧକ୍କା ଦେଲା ହାଇୱା ଟ୍ରକ୍ । ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି I କାର୍ରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର କାର୍ଡ ବାହାରିଥିବା ଜଣାପଡିଛି I
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବାଗଧରିଆ ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି I ଗୋଟିଏ ସଫାରୀ କାର୍ ରାସ୍ତା କଡ଼ରେ ପାର୍କିଂ କରି ଛିଡା ହୋଇଥିବା ସମୟରେ ଅନୁଗୁଳ ପାର୍ଶ୍ୱରୁ ଆସୁଥିବା ଏକ ହାଇୱା ଟ୍ରକ୍ କାର୍ଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା I ଫଳରେ କାର୍ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି I ଟ୍ରକ୍ଟି ଏସ୍ଆର୍ କନଷ୍ଟ୍ରକସନର ହୋଇଥିବା ଜଣାପଡ଼ିଥିବା ବେଳେ କାର୍ ଭିତରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅଭିନାଶ ସାମଲ ଏବଂ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁଙ୍କ ନିର୍ବାଚନୀ ପ୍ରଚାର ପୁସିଂ କାର୍ଡ ଥିବା ଦେଖିବାକୁ ମିଳିଥିଲା I ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି I
You Can Read :
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଲାଞ୍ଚ ଟଙ୍କା ନେବା ବେଳେ ଧରାପଡିଲେ