୧୦ ବଦଳରେ ୯ ପ୍ରସ୍ତାବକ ଦେଇଥିଲେ ପ୍ରାର୍ଥୀ, ଖାରଜ ହେଲା ନାମାଙ୍କନ

Published By : Prameya-News7 Bureau | May 07, 2024 IST

ହିନ୍ଦୋଳ ୭।୫: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ପ୍ରସ୍ତାବକ ସଂଖ୍ୟା କମ୍ ଥିବାରୁ ହିନ୍ଦୋଳ ରିଟର୍ଣ୍ଣିଂ ଅଫିସର ଜଣଙ୍କ ପ୍ରାର୍ଥୀପତ୍ର ଖାରଜ କରିଛନ୍ତି I ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାଏକ ନିଜର ପ୍ରାର୍ଥୀପତ୍ରରେ ୯ ଜଣ ପ୍ରସ୍ତାବକ ଦେଇଥିବାରୁ ଖାରଜ ହୋଇଛି ପ୍ରାର୍ଥୀପତ୍ର I ନିର୍ବାଚନ ନିୟମ ଅନୁଯାୟୀ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ରରେ ୧୦ ଜଣ ପ୍ରସ୍ତାବକ ଦେବାର ନିୟମ ଥିବା ବେଳେ ନିରଞ୍ଜନ ୯ ଜଣ ପ୍ରସ୍ତାବକ ଦେଇଥିଲେ I ଏହି କାରଣରୁ ତାଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଛି  I 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରେ ଚଳିତ ନିର୍ବାଚନ ପାଇଁ ବିଜେଡିରୁ ମହେଶ ସାହୁ, ବିଜେପିରୁ ସୀମାରାଣୀ ନାଏକ, କଂଗ୍ରେସରୁ ଗୋବର୍ଦ୍ଧନ ଶେଖର ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜ୍ୟୋତ୍ସ୍ନା ବେହେରା, କୈଳାସ ନାଏକ ଏବଂ ନିରଞ୍ଜନ ନାଏକ ନାମାଙ୍କନ ପତ୍ର ଦାଖଲ କରିଥିଲେ I ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନିରଞ୍ଜନ ନାଏକଙ୍କ ପ୍ରାର୍ଥୀପତ୍ର ଖାରଜ ପରେ ବାକି ୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି I

You Can Read :

ବସ୍ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.