କେନ୍ଦୁଝର ପରେ ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍, ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ 5ଟି ଅଧ୍ୟକ୍ଷ

Published By : Prameya-News7 Bureau | May 19, 2024 IST

ଭଦ୍ରକ: ନିର୍ବାଚନୀ ପ୍ରଚାରକ୍ରମେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ସଂସଦୀୟ କ୍ଷେତ୍ର ଗ୍ରସ୍ତ କରିଛନ୍ତି। ଏଠାରେ ଉଭୟ ଲୋକସଭା ଓ ବିଧାନସଭା ପାର୍ଥୀଙ୍କ ପାଇଁ କରିଛନ୍ତି। ଧାମନଗର ଛକଠାରେ ଥିବା ଇଡକୋ ପଡିଆଠାରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ 5ଟି ଅଧ୍ୟକ୍ଷ ଭିକେ ମଧ୍ୟ ପାଣ୍ଡିଆନ ଯୋଗ ଦେଇଥିଲେ।

ଏହି ବିରାଟ ନିର୍ବାଚନ ସଭାରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକମାନେ ଯୋଗ ଦେଇଥିଲେ. ମୁଖ୍ୟମନ୍ତ୍ରୀ କହିଛନ୍ତି ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଲକ୍ଷ୍ମୀ ବସ୍‌, 5T ସ୍କୁଲ, BSKY, ମଧୁବାବୁ ପେନସନ ଯୋଜନା ଭଲ କି ? ପ୍ରଶ୍ନ କରିଥିଲେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ  ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଭାରେ। 

ଏହି ଅବସରରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ବିରୋଧୀମାନେ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ କହୁଛନ୍ତି ଯେ ଓଡ଼ିଶାକୁ ୧ ନମ୍ବର କରିବେ । ତାହାହେଲେ ତାଙ୍କ ରାଜ୍ୟକୁ କିଏ ୧ ନମ୍ବର କରିବ?

ସଭାରେ ସାଂସଦ ପ୍ରାଥୀନୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାଥୀ ସଂଜୀବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ପ୍ରାଥୀ ଡା. ସଞ୍ଜୟ ଦାସ, ଚାନ୍ଦବାଲି ବିଧାୟକ ପ୍ରାଥୀ ବ୍ୟାମକେଶ ରାୟ, ବାସୁଦେବପୁର ବିଧାୟକ ପ୍ରାଥୀ ବିଷ୍ଣୁବ୍ରତ ରାଉତରାୟ, ସିମୁଳିଆ ବିଧାୟକ ପ୍ରାଥୀନୀ ସୁବାସିନୀ ସାହୁ ଓ ସୋର ବିଧାୟକ ପ୍ରାଥୀ ମାଧବ ଧଡ଼ା ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.