News7 Logo

ଭାରତର ଜିଡିପିରେ ଯଥେଷ୍ଟ ବୃଦ୍ଧି ଘଟାଇବ AI : ନୀତି ଆୟୋଗର ରିପୋର୍ଟରେ ଆକଳନ  

NEWS7
-

ନୂଆଦିଲ୍ଲୀ – ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇର ଭବିଷ୍ୟତରେ ବ୍ୟବହାରକୁ ନେଇ ଅନେକ ପ୍ରକାରର ଆଶଙ୍କା କରାଯାଉଛି। ଏହା ଦାବି ମଧ୍ୟ କରାଯାଏ ଯେ, ଏହା ମଣିଷଙ୍କର ରୋଜଗାରର ସୁଯୋଗକୁ ସୀମିତ କରି ଦେବ। ହେଲେ ନିକଟରେ ଆସିଥିବା ନୀତି ଆୟୋଗର ଏକ ରିପୋର୍ଟରେ ଏଥିରେ ଅଲଗା ସମ୍ଭାବନା ନଜର ଆସୁଛି। ଏହି ରିପୋର୍ଟ ମୁତାବିକ , ଅନେକ ଉଦ୍ୟୋଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଖୁବ୍‌ ଜୋରରେ ଆପଣାଇବା ଦ୍ୱାରା ୨୦୩୫ ସୁଦ୍ଧା ଭାରତର ସମସ୍ତ ଘରୋଇ ଉତ୍ପାଦ(ଜିଡିପି)ରେ ୫୦୦ରୁ ୬୦୦ ବିଲିୟନ ଡଲାରର ବୃଦ୍ଧି ହୋଇପାରେ।

ନୀତି ଆୟୋଗର ସୋମବାର ଜାରି ଏକ ରିପୋର୍ଟ, “ ବିକଶିତ ଭାରତ ପାଇଁ ଏଆଇ : ତ୍ୱରିତ ଆର୍ଥିକ ବୃଦ୍ଧି ପାଇଁ ଅବସର” ରେ କୁହାଯାଇଛି ଯେ, ଆଗାମୀ ଦଶକରେ ଏଆଇର ବ୍ୟାପକ ବ୍ୟବହାର , ବିଶ୍ୱ ଅର୍ଥବ୍ୟବସ୍ଥାରେ ୧୭ରୁ ନେଇ ୨୬ ଲକ୍ଷ କୋଟି ଡଲାର ଯାଏ ଯୋଗଦାନ ହୋଇପାରେ। ରିପୋର୍ଟ ମୁତାବିକ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିୟରିଂ ଓ  ଗଣିତ କ୍ଷେତ୍ରରେ ବିଶାଳ କର୍ମଶକ୍ତିର ଉପସ୍ଥିତି, ଦ୍ରୁତ ଗବେଷଣା ଓ ଦୃଢ ଡିଜିଟାଲ କ୍ଷମତା ଭାରତକୁ ଏହି ପରିବର୍ତ୍ତନରେ ମୁଖ୍ୟ ଭାଗିଦାରୀ କରିପାରେ। ଏଥିରେ ଭାରତକୁ ବିଶ୍ୱ ଏଆଇ ମୂଲ୍ୟର ୧୦ରୁ ୧୫ ପ୍ରତିଶତ ଯାଏ ଲାଭ ଉଠାଇବାର ଅବସର ମିଳିବ।

ନୀତି ଆୟୋଗ କହିଛି ଯେ, କିଛି କମ୍‌ କୁଶଳୀ କ୍ଷେତ୍ରର କାର୍ଯ୍ୟ ନିଶ୍ଚୟ ପ୍ରଭାବିତ ହେବ, ହେଲେ ଏଆଇରେ ଅନେକ ନୂଆ ରୋଜଗାର ସୃଷ୍ଟି ମଧ୍ୟ ହେବ। ରିପୋର୍ଟ ଅନୁସାରେ, ଆର୍ଥିକ ସେବା ଓ ଉତ୍ପାଦନ କ୍ଷେତ୍ରରେ ଏଆଇର ବ୍ୟବହାରର ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳି ପାରେ। ଏହି କ୍ଷେତ୍ରର ସଫଳ ଘରୋଇ ଉତ୍ପାଦ (ଜିଡିପି)ରେ ୨୦ରୁ ୨୫ ପ୍ରତିଶତ ଯାଏ ଯୋଗଦାନ ଏଆଇ ମାଧ୍ୟମରେ ହୋଇ ପାରେ। ଅନ୍ୟପଟେ ଉତ୍ପାଦନ କ୍ଷେତ୍ରରେ ୮୫ରୁ ୧୦୦ ବିଲିୟନ ଡଲାର ଯାଏ ପ୍ରଡକ୍ଟିଭିଟି ବଢିବାର ମଧ୍ୟ ଅନୁମାନ ରହିଛି।

ଅନ୍ୟପଟେ ରିପୋର୍ଟକୁ ଲଞ୍ଚ କରି ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ୍‌ କହିଛନ୍ତି ଯେ, ଏଆଇ ଭାରତରେ ଆହୁରି ଅଧିକ ରୋଜଗାର ସୃଷ୍ଟି କରିବ ଏବଂ ୨୦୩୫ ସୁଦ୍ଧା ଅର୍ଥବ୍ୟବସ୍ଥାରେ ପାଖାପାଖି ୨ ଟ୍ରିଲିୟନ ଆମେରିକୀୟ ଡଲାରର ଅତିରିକ୍ତ ଯୋଗଦାନ ଦେବ। ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଏଆଇ ଚାକିରିର ସ୍ଥାନ ନେବ ନାହିଁ, ବରଂ ନୂଆ ପ୍ରକାରର ରୋଜଗାରର ଅବସର ମଧ୍ୟ ଖୋଲିବ, ଯଦି କର୍ମଶକ୍ତିକୁ ଉପଯୁକ୍ତ ତାଲିମ ଦିଆ ଯିବ। ସୁବ୍ରମଣ୍ୟମ୍‌ କହିଛନ୍ତି , ଏଆଇର ବ୍ୟବହାର ପ୍ରଡକ୍ଟିଭିଟି ଓ ଇନୋଭେସନକୁ ବଦଳାଇ ପାରେ।