ଭୁବନେଶ୍ୱର, ୯/୦୨: ସରିଗଲା ଥଣ୍ଡା । ଏଣିକି କଲବଲ କରିବ ତାତି । ସୋମବାରଠାରୁ ରାତି ତାପମାତ୍ରା ବଢ଼ିବ । ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଏହା ପ୍ରଭାବରେ ଶୀତ କମିଯିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ରହିବ ।

ଏ ଖବର ବି ପଢନ୍ତୁ:- ଚୌଦ୍ଵାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ, ମହିଳା କଏଦୀଙ୍କ ସୁନା ନେଇ ଫେରାଉ ନାହାନ୍ତି !

ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକରେ ୧୬ ଡିଗ୍ରୀ ରହିପାରେ । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ମଙ୍ଗଳବାର ପୁରୀରେ ୧୯ ଡିଗ୍ରୀ, ଭଦ୍ରକ, ଛତ୍ରପୁର ଓ ଗୋପାଳପୁରରେ ୧୭ ଡିଗ୍ରୀ ସେଲସିୟସ ରହିପାରେ ।ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ବା ଏହା ପାଖାପାଖି ରହିବ ।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୯ ତାରିଖରୁ ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏ ଖବର ବି ପଢନ୍ତୁ:- ଏଲନ ମସ୍କ ଖୋଜୁଛନ୍ତି ହିନ୍ଦୀ କହୁଥିବା ଲୋକ, ବାହାର କରିଛନ୍ତି vacancy