News7 Logo

ଅପହଞ୍ଚ ଇଲାକା ପାଇଁ ନୂଆ ସମ୍ଭାବନା, ପିଛୁଳି ନାଳ ଉପରେ ନିର୍ମାଣ ହେବ ସେତୁ

NEWS7
hgg

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଅପହଞ୍ଚ ଇଲାକା ଏକୁଲ ସେକୁଲରେ ନୂଆ ସମ୍ଭାବନା ଆଣିଲେ ରାଜ୍ୟ ସରକାର । ୪ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ପିଛୁଳି ନାଳ ଉପରେ ନିର୍ମାଣ ହେବାକୁ ଯାଉଛି ଅତି ଆବଶ୍ୟକୀୟ ସେତୁ। ଦୀର୍ଘ ବର୍ଷ ପରେ ଅପହଞ୍ଚ ଇଲାକାରେ ଲୋକଙ୍କ ଦାବି ପୂରଣ ହେବାକୁ ଯାଉଛି ।

ବର୍ଷା ଦିନେ ଲୋକଙ୍କ ଯାତାୟାତରେ ବାଧକ ସୃଷ୍ଟି କରି ଆସୁଥିଲା ପିଛୁଳି ନାଳ। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଦୈନନ୍ଦିନ ଜୀବନରେ ଯାତାୟତର ଏକମାତ୍ର ରାସ୍ତା ହେଉଛି ପିଛୁଳି ନାଳ । ଏନେଇ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ଏକ ସେତୁ ନିର୍ମାଣ ହେବାକୁ ଯାଉଛି । ଯାହା ଆଗାମୀ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ଯୋଜନା ରଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଆଗାମୀ ଦିନରେ ଅପହଞ୍ଚ ଏକୁଲ,ସେକୁଲ, କୋଟ ଓ ପୁଟିପାଳ ଗାଁଗୁଡିକର ରୂପରେଖ ବଦଳିବ ବୋଲି ବିଧାୟକ କହିଛନ୍ତି । ଆଗାମୀ ଦିନରେ ଏହି ଅପହଞ୍ଚ ଗାଁ ଗୁଡିକୁ ବିଦ୍ୟୁତ ସଂଯୋଗୀକରଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।