ନୂଆଦିଲ୍ଲୀ ୧୦/୧୧: ଟିମ୍ ଇଣ୍ଡିଆର ହେଡ୍ କୋଚ୍ । ଭାରି ରୋକ୍‌ ଠୋକ୍ । ସର୍ବଦା ଆଙ୍ଗ୍ରି ଲୁକ୍‌ରେ ନଜର ଆସନ୍ତି । ସ୍ୱଭାବ ବି ଭାରି ଗମ୍ଭୀର । ଖୁବ୍ କମ୍ କଥାବାର୍ତ୍ତା, ହସଖୁସି ଦେଖିବାକୁ ମିଳେ । ମୈଦାନରେ ମ୍ୟାଚ୍ ଚାଲିଥିବାବେଳେ ସିରିୟସ ନଜର ଆସନ୍ତି ଗୌତି । ଖେଳାଳିଙ୍କ ସହ ବି କଥାବାର୍ତ୍ତା କମ୍ । ମ୍ୟାଚ୍‌ ପୂର୍ବରୁ ଓ ପରେ ଡ୍ରେସିଂ ରୁମ୍‌ରେ କେବଳ ଟିପ୍ସ ଦିଅନ୍ତି । ଆଉ ଏବେ ସେ ହୋଇଯାଇଛନ୍ତି ବହୁତ ଷ୍ଟ୍ରିଟ୍ ।

ଟିମ୍ ଇଣ୍ଡିଆର ମନୋଭାବ ଓ ମାନସିକତା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ମଧ୍ୟରେ, ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ଫଳାଫଳ ହିଁ ଏବେ ଗୁରୁତ୍ୱପୂର୍ଣ୍ଣ । ବାହାନା ନୁହେଁ । ମୋଟାମୋଟି ଭାବେ କହିବାକୁ ଗଲେ ସେ ଖେଳାଳିଙ୍କୁ ଶୁଣାଇଦେଇଛନ୍ତି ରୋକ୍‌ଠୋକ୍ । ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ବିଜୟ ପରେ ଓ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ, ବିସିସିଆଇ ଗମ୍ଭୀରଙ୍କ ସ୍ୱତନ୍ତ୍ର ସାକ୍ଷାତକାରର ଏକ ଟିଜର ଜାରି କରିଛି । ଏହି ଭିଡିଓରେ, ଗମ୍ଭୀର "ଫାଇଟର ମୋଡ୍"ରେ ନଜର ଆସିଛନ୍ତି । ସଚ୍ଚୋଟତା, ଦାୟିତ୍ୱ ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗମ୍ଭୀର ସ୍ପଷ୍ଟ ଭାବରେ କହିଛନ୍ତି, "ଆମେ, ଏକ ଦେଶ ଭାବରେ ଓ ବ୍ୟକ୍ତି ଭାବରେ, କେବେବି ପରାଜୟରେ ଖୁସି ହେବା କଥା ନୁହେଁ । ସଂଗେ ସଂଗେ ତାଙ୍କ ବୟାନ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହୋଇଗଲା ।  କାରଣ ଗମ୍ଭୀର ତାଙ୍କର ପରିଚୟକୁ ମୂର୍ତ୍ତିମନ୍ତ କରିଛନ୍ତି । ଜଣେ କଠୋର, ନିଷ୍ପକ୍ଷ ଓ ବିଜୟୀ ନେତା। 

ଗମ୍ଭୀର ଖେଳାଳିଙ୍କ ବିକାଶ ଓ ନେତୃତ୍ୱର ତାଙ୍କର ଦର୍ଶନ ବିଷୟରେ ମଧ୍ୟ କହିଥିଲେ । ସେ କହିଥିଲେ ଯେ ଖେଳାଳିମାନଙ୍କୁ ଚାପରେ ରଖିବା ସେମାନଙ୍କୁ ଆହୁରି ଶକ୍ତିଶାଳୀ କରିଥାଏ। ଶୁଭମନ ଗିଲଙ୍କୁ ଟେଷ୍ଟ ଅଧିନାୟକ ଭାବରେ ନିଯୁକ୍ତ କରିବା ଏହି ଦର୍ଶନର ଏକ ଅଂଶ ଥିଲା । ଯେମିତି ସେ ଗଭୀରକୁ ଯିବେ ଓ ତାଙ୍କର ଶକ୍ତି ଆବିଷ୍କାର କରିପାରିବେ । 

 

ଗମ୍ଭୀର କହିଛନ୍ତି ଯେ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍‌ରେ ଏବେ ଓପନ ଓ ଭାରି ସ୍ୱଚ୍ଛ । ସଚ୍ଚୋଟ ମନୋଭାବ ସବୁ ଡ୍ରେସିଂ ରୁମ୍‌ରେ ନଜର ଆସେ । ଏଠାରେ କେହି କିଛି ଲୁଚାଇ ରଖନ୍ତିନି । ସବୁକିଛି ଖୋଲାଖୋଲି ଭାବରେ ଏଠାରେ କୁହାଯାଏ । ଗମ୍ଭୀର ସ୍ୱୀକାର କରିଛନ୍ତି ଯେ ଦଳ ଏପର୍ଯ୍ୟନ୍ତ ସେ ଚାହୁଁଥିବା ସ୍ତରରେ ପହଞ୍ଚିନାହିଁ । କିନ୍ତୁ ଆଗାମୀ ତିନି ମାସରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ତାଙ୍କର ବିଶ୍ୱାସ । T20 ବିଶ୍ୱକପ୍ ପୂର୍ବରୁ ଆମ ପାଖରେ ସମୟ ଅଛି । ଫିଟନେସ୍ ଏବଂ ଧ୍ୟାନ ଆମକୁ ଆମେ ଯେଉଁଠାରେ ରହିବାକୁ ଚାହୁଁଛୁ ସେଠାରେ ନେଇଯିବ। 

ଗୌତମ ଗମ୍ଭୀରଙ୍କ ବାର୍ତ୍ତା ପୁନରାବୃତ୍ତି କରେ ଯେ ଭାରତୀୟ କ୍ରିକେଟ୍‌ରେ, ଏହା ଆଉ "ସୁଯୋଗ" ବିଷୟରେ ନୁହେଁ । ହାସଲ କରିବା ବିଷୟରେ । ତାଙ୍କର କୋଚିଂ ଷ୍ଟାଇଲ୍ ପୁରା ଡିଫରେଣ୍ଟ । ଶୃଙ୍ଖଳା, ସଚ୍ଚୋଟତା ଓ ବିଜୟ ପାଇଁ ଭୋକ ଟିମ୍ ଇଣ୍ଡିଆକୁ ୨୦୨୬ ବିଶ୍ୱକପ୍‌କୁ ନେଇଯିବ।