News7 Logo

ସାଧାରଣ ଦୋକାନରୁ କୋଟିପତି ବ୍ୟବସାୟୀ, ନେପାଳର ନୁଡଲ କିଙ୍ଗ ଭାବେ ଫେମସ

NEWS7
nepal

ନୂଆଦିଲ୍ଲୀ ୧୧/୦୯: ବିଦ୍ରୋହ ନିଆଁରେ ଜଳୁଛି ନେପାଳ । ଭାଙ୍ଗିଛି ସରକାର, ତଥାପି ଥମିନି ହିଂସା । କେବଳ ଦକ୍ଷିଣ ଏସିଆ ନୁହେଁ ସାରା ବିଶ୍ୱରେ ଚର୍ଚ୍ଚିତ ଘଟଣା । ସାମାଜିକ ସଙ୍କଟ ଦେଇ ଗତି କରୁଛି ଦେଶ । ସ୍ଥିତି ଏମିତି ହୋଇଛି ସରକାରୀ ସ୍ତରରେ ବଡ କ୍ଷତି । ନିଆଁ ଆଁରେ ମୂଲ୍ୟବାନ ସମ୍ପତ୍ତି ପୋଡି ପାଉଁଶ । ତେବେ ଏଥିରୁ ବାଦ୍ ପଡିନାହାଁନ୍ତି ବଡ଼ ବଡ଼ ବ୍ୟବସାୟୀ । ନେପାଳର ଏମିତି ଜଣେ ଚର୍ଚ୍ଚିତ ବିଲିୟନେୟାର । କୁହାଯାଏ କି ସେ କୁଆଡେ ଦେଶର ସବୁଠାରୁ ଧନୀ ବ୍ୟକ୍ତି । ଯାହାଙ୍କ ସମ୍ପତ୍ତି ପ୍ରାୟ ୨ ବିଲିୟନ ଡଲାର । ତେବେ ଏହି ବିଲିୟନେୟାର ଜଣଙ୍କ ନେପାଳର ନୁଡୁଲ୍ କିଙ୍ଗ ଭାବେ ଖ୍ୟାତ୍ । ଏଠାରେ ପ୍ରଶ୍ନ କେମିତି ଛିଡା କଲେ ଏତେ ବଡ ସାମ୍ରାଜ୍ୟ । ନେପାଳର ନୁଡୁଲ ତାଙ୍କୁ କରିଦେଲା ପ୍ରତିଷ୍ଠିତ ।

ନୁଡୁଲ୍ କିଙ୍ଗ ବିନୋଦ ଚୌଧୁରୀ । ନେପାଳୀ କଂଗ୍ରେସ ପାର୍ଟି ସାଂସଦ। ୮୦ ଦଶକରେ ଲଞ୍ଚ କରିଥିଲେ ୱାଇ ୱାଇ ଇନଷ୍ଟାଣ୍ଟ ନୁଡୁଲ୍ସ । ଧୀରେ ଧୀରେ ମାର୍କେଟରେ ପାଲଟିଗଲା ଲୋକପ୍ରିୟ ଖାଦ୍ୟ । ନେପାଳର ଫେମସ ବ୍ରାଣ୍ଡ ୧୯୮୪ ମସିହାରେ ବଜାରରେ ଏଣ୍ଟ୍ରି କରିଥିଲା । ୱାଇ ୱାଇର ଏହି ଯାତ୍ରା ନେପାଳ ଲଳିତପୁର ଭୈନସେପତିର ସାଇବୁରେ ଛୋଟିଆ ଫ୍ୟାକ୍ଟ୍ରିରୁ ହୋଇଥିଲା ଆରମ୍ଭ । ୨୦୦୬ରେ ସିକ୍କିମ ରଙ୍ଗପୋରେ ଫ୍ୟାକ୍ଟ୍ରି କରିବା ସହ ଅନ୍ତର୍ଜାତୀୟ କାରବାର ଲମ୍ୱି ଥିଲା । ଧୀରେ ଧୀରେ  ୱାଇ ୱାଇ ଭାରତର ତୃତୀୟ ସର୍ବବୃହତ ଇନଷ୍ଟାଣ୍ଟ ନୁଡଲ୍ସ ବ୍ରାଣ୍ଡ ପାଲଟିଛି । ବର୍ତ୍ତମାନ ୮୦୦ କୋଟି ଟଙ୍କା ରାଜସ୍ୱ ପଞ୍ଜୀକୃତ କରିଛି ସଂସ୍ଥା । ୨୦୨୬ ସୁଦ୍ଧା ୧,୨୦୦ କୋଟି ଟଙ୍କା ରାଜସ୍ୱ ଲକ୍ଷ୍ୟ ରଖିଛି କମ୍ପାନୀ । ଏହି ବ୍ରାଣ୍ଡ ଏବେ ୨୦୦ରୁ ୨୫୦SKUର ପୋର୍ଟଫୋଲିଓକୁ ବୃଦ୍ଧି ପାଇଛି । ୩୦ରୁ ଅଧିକ ଦେଶରେ ନିଜର ପ୍ରଡକ୍ଟ ଜାହିର କରିଛି ନିଜର ଉପସ୍ଥିତି ।

 

CG ଗ୍ରୁପ୍‌ର ଅଧ୍ୟକ୍ଷ ବିନୋଦ ଚୌଧୁରୀ । ଏବେ ବ୍ୟବସାୟ କେବଳ ନୁଡଲ୍ସରେ ସୀମିତ ନାହିଁ । ୱାଇ ୱାଇ ନୁଡଲ୍ସ ସହିତ FMCG, ରିଅଲ୍ ଇଷ୍ଟେଟରେ ବି ବ୍ୟବସାୟ । ଶିକ୍ଷା କ୍ଷେତ୍ରରେ ମଧ୍ୟ ରହିଛି ତାଙ୍କର ଏକ ବିଶାଳ ବ୍ୟବସାୟ ଅଛି। ତାଙ୍କର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସରେ ବି ବିନୋଦଙ୍କ ବଡ ଉତ୍ସ ରହିଛି । ରିପୋର୍ଟ ଅନୁଯାୟୀ, CG ଗ୍ରୁପର ବ୍ୟବସାୟ ବିଶ୍ୱର ୫ଟି ମହାଦେଶରେ ବିସ୍ତାରିତ। ଏବେ ଏହି ଗ୍ରୁପକୁ ନେପାଳରେ ମଲ୍ଟି ନ୍ୟାସନାଲ୍ ଗ୍ରୁପର ମାନ୍ୟତା ପାଇଛି । ବିନୋଦ ଚୌଧୁରୀ ସିଜି କର୍ପ ଗ୍ଲୋବାଲର ନିୟନ୍ତ୍ରକ ଓ ନେପାଳର ଏକମାତ୍ର କୋଟିପତି। ନାବିଲ ବ୍ୟାଙ୍କ ଓ ସିଜି ଫୁଡ୍ସରେ ରହିଛି ସବୁଠାରୁ ବଡ଼ ଅଂଶଧନ । ଯାହା ଲୋକପ୍ରିୟ ୱାଇ ୱାଇ ନୁଡୁଲ୍ସ ତିଆରି କରେ ।

ଭାରତ, ସର୍ବିଆ ଓ ବାଂଲାଦେଶ ବ୍ୟତୀତ ଇଜିଫ୍ଟରେ ଅଛି ଓ୍ୱାଇ ୱାଇ ଫ୍ୟାକ୍ଟ୍ରି । ଏମିତିକି କମ୍ପାନୀ ବିଭିନ୍ନ ପ୍ରକାରର ସସ୍ ଲଞ୍ଚ କରିବାକୁ ଯୋଜନା କରୁଛି । ସିଜିର ହୋଟେଲ ସମ୍ପତ୍ତିରେ ୧୪୩ଟି ମାଲିକାନା ଓ ପରିଚାଳିତ ସମ୍ପତ୍ତି ଅନ୍ତର୍ଭୁକ୍ତ। ଭାରତର ତାଜ୍ ହୋଟେଲ ଚେନ୍ ସହିତ ଅନେକ ବିଳାସପୂର୍ଣ୍ଣ ହୋଟେଲ ଅନ୍ତର୍ଭୁକ୍ତ। ନେପାଳରେ ଓ ବିଦେଶରେ ତାଙ୍କର ଗ୍ରୁପ୍‌ ଚଳାନ୍ତି ପୁଅମାନେ। ବିଶେଷ କଥା ହେଉଛି ଭାରତ ସହ ବିନୋଦ ଚୌଧୁରୀଙ୍କ ଅଛି ଘନିଷ୍ଠ ସଂପର୍କ । ଜେଜେବାପା ଥିଲେ ରାଜସ୍ଥାନର, ଯିଏ ପରେ ନେପାଳକୁ କରିଥିଲେ ସିଫ୍ଟ । ବିନୋଦ ଚୌଧୁରୀଙ୍କ ଜେଜେବାପା ନେପାଳ ଆସି ଆରମ୍ଭ କରିଥିଲେ କପଡ଼ା ବ୍ୟବସାୟ । ପରେ ବିନୋଦ ଚୌଧୁରୀଙ୍କ ପିତା ନେପାଳରେ ଖୋଲିଥିଲେ ପ୍ରଥମ ଷ୍ଟୋର ।

ନେପାଳର ଏକମାତ୍ର କୋଟିପତି ହେଉଛନ୍ତି ବିନୋଦ । ଯାହାଙ୍କର ବର୍ତ୍ତମାନର ସମ୍ପତ୍ତି ୨ ବିଲିୟନ ଡଲାର । ପ୍ରଥମ ଥର ପାଇଁ ୨୦୧୩ରେ ଫୋର୍ବସ୍ ତାଲିକାରେ ପାଇଥିଲେ ସ୍ଥାନ । ବିଶେଷ କଥା ହେଉଛି ଯେ ୨୦୨୧ ମସିହାରୁ ତାଙ୍କ ସମ୍ପତ୍ତିରେ ନିରନ୍ତର ବୃଦ୍ଧି ଘଟିଛି । ୨୦୨୧ ମସିହାରେ ତାଙ୍କର ସମ୍ପତ୍ତି ଥିଲା ୧.୪ ବିଲିୟନ ଡଲାର । ଗତ ୧୦ ବର୍ଷ ମଧ୍ୟରେ ୯୦ ମିଲିୟନ ଡଲାର ବୃଦ୍ଧି ପାଇଛି ତାଙ୍କର ନେଟଓ୍ୱର୍ଥ ।