ହାର୍ଦ୍ଦିକ୍-ନତାଶାଙ୍କ ମଧ୍ୟରେ ଠିକ୍ ନାହିଁ ସମ୍ପର୍କ ? ଫଟୋ ଏବଂ ୟୁଜର୍ସଙ୍କ କମେଣ୍ଟରୁ ମିଳିଲା ସଙ୍କେତ

Published By : Prameya-News7 Bureau | May 06, 2024 IST

ମୁମ୍ଵାଇ ୦୬।୦୫: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ବର୍ତ୍ତମାନ ତାଙ୍କ ବିଷୟରେ ନା ନା କଳ୍ପନା ଜଳ୍ପନା ଚାଲିଛି । କୁହାଯାଉଛି କି ସତରେ କଣ ଦୁହିଁଙ୍କ ମଧ୍ୟରେ କୌଣସି ମତଭେଦ ଅଛି କି? ଉଭୟଙ୍କ ସମ୍ପର୍କ ଭଲ ଚାଲିନାହିଁ ବୋଧେ ? ଏହା ଆମେ କହୁନାହୁଁ କିନ୍ତୁ ସୋସିଆଲ ମିଡିଆ ୟୁଜର୍ସମାନେ କହୁଛନ୍ତି। ଅଭିନେତ୍ରୀଙ୍କ ଚିତ୍ର ଦେଖି ୟୁଜର୍ସ ଅନୁମାନ କରୁଛନ୍ତି ଯେ ତାଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ୟୁଜର୍ସମାନେ ମଧ୍ୟ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି । କମେଣ୍ଟରୁ ହିଁ ନତାଶା ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ଥିବା ମତଭେଦ ଖବର ପଛର କାରଣ ଦର୍ଶାଯାଇଛି।




ନତାଶା ଏବଂ ହାର୍ଦ୍ଦିକ ଦୀର୍ଘ ବର୍ଷ ଧରି ଲିଭ-ଇନ୍ ସମ୍ପର୍କରେ ରହିବା ପରେ ୨୦୨୦ରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି । ହେଲେ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌।  ସେ ସବୁବେଳେ ସୋସିଆଲ ମିଡିଆରେ ସ୍ୱାମୀ ହାର୍ଦ୍ଦିକ ଏବଂ ପୁଅ ସହ ଫଟୋ ସେୟାର କରୁଥିଲେ। ତେବେ ଗତ କିଛି ମାସ ହେବ ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କୌଣସି ପୋଷ୍ଟ ସେୟାର କରିନାହାଁନ୍ତି।




କହିବାକୁ ଗଲେ ନତାଶା ଗତ ଫେବୃଆରୀ ୨୦୨୪ରେ ହାର୍ଦ୍ଦିକଙ୍କ ସହ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ପୁଅ ମଧ୍ୟ ଉଭୟଙ୍କ ସହ ନଜର ଆସିଥିଲେ। ଏହା ବ୍ୟତୀତ ନତାଶାଙ୍କୁ ଦୀର୍ଘ ଦିନ ଧରି ମ୍ୟାଚରେ ଦେଖିବାକୁ ମିଳି ନଥିଲା।  ନିକଟରେ ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ପୁଅ ସହିତ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, 'ଆପଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ସମର୍ଥନ କରୁନାହାଁନ୍ତି? ଯେତେବେଳେ ସେମାନେ ତୁମକୁ ଆବଶ୍ୟକ କରନ୍ତି। ଯେଉଁ କାରଣରୁ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.