କଟକ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ବଡ଼ ଅଘଟଣ ଟଳି ଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରୀ ମାରିବା ବେଳେ ଧରି ନେଲେ ଶହ କର୍ମଚାରୀ । ରବିବାର ସକାଳେ ଘଟି ଯାଇଛି ଏଭଳି ଏକ ଆଭାବନୀୟ ଘଟଣା ।

ସୂଚନାନୁସାରେ, ଜଣେ ବେଟ୍ରି ଗାଡ଼ି ଡ୍ରାଇଭର ଓ ଟିକେଟ ଚେକିଂ କରୁଥିବା କର୍ମଚାରି ମଧ୍ୟରେ ପୁର୍ବରୁ ଶତ୍ରୁତା ଥିଲା । ସକାଳ ପ୍ରାୟ ସାଢ଼େ ୯ଟାରେ ବେଟ୍ରି ଟିକେଟ କାଉଣ୍ଟର ସମ୍ମୁଖରେ ଦୁଇଜଣଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ପରେ ଡ୍ରାଇଭର ରଖିଥିବା ଛୁରୀରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଠିକ୍ ଏହି ସମୟରେ ପାଖରେ ଥିବା ସହକର୍ମୀମାନେ ତାକୁ କାବୁ କରି ନେଇଥିଲେ । ଘଟଣା ବିଷୟରେ ନନ୍ଦନକାନନ କର୍ତ୍ତୃପକ୍ଷ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଦୁଇ ଜଣଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି । ଦୁଇ ଜଣଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବା ସହିତ ଆଗକୁ ଯେପରି ଏଭଳି ଘଟଣା ନ ହେବ ସେଥିପାଇଁ ବେଟ୍ରି ଗାଡ଼ି ଏଜେନ୍ସିକୁ ତାଗିଦ କରିଥିବା ଉପନିର୍ଦ୍ଦେଶକ ପ୍ରଦୀପ ମୀରା କହିଛନ୍ତି।

Also Read- ଚା’ ପ୍ରସ୍ତୁତ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ପରିବାରର ଜଣଙ୍କ ଜୀବନ